32.9 C
Balāngīr
Monday, April 28, 2025

ଲୋକମହୋତ୍ସବ ଚଇତି -୨୦୨୪ ବିଭିନ୍ନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୮/୧୧) : ରାୟଗଡା ଲୋକମହୋତ୍ସବ ଚଇତି -୨୦୨୪ର ବିଭିନ୍ନ ଉପାସମିତି ଯଥା-ପଲିଶ୍ରୀ ମେଳl,ସଂସ୍କୃତି ଓ ପରିମଳ ତଥା ପଡ଼ିଆ ସଫାସୂତୁରା ଉପସମିତିର ପ୍ରସ୍ତୁତି ବୈଠକ ମାନ ଅନୁଷ୍ଠିତ ହୋଇଯାଇଛି lWhatsApp Image 2024 11 28 at 19.45.13 ଲୋକମହୋତ୍ସବ ଚଇତି -୨୦୨୪ ବିଭିନ୍ନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସ୍ଥାନୀୟ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡଙ୍କ ଅଧ୍ୟକ୍ଷତlରେ ପଲିଶ୍ରୀ ମେଳା ଆୟୋଜନ, ଉନ୍ନୟନ ପ୍ରଦର୍ଶନୀ, ଖାଦ୍ୟମେଳା ଆୟୋଜନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଚଳିତ ବର୍ଷ ଜିସିଡ଼ି ଉଚ୍ଚ ବିଦ୍ୟାଳୟରେ ଚଇତି ଅନୁଷ୍ଠିତ ହେଉଥିବାରୁ ସେଠାରେ ୩୫୦ଟି ଷ୍ଟଲ ନିର୍ମାଣ କରାଯିବ l ପଲିଶ୍ରୀ ମେଳାରେ ସ୍ୱୟଂସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ନିଜର ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବାର ସୁଯୋଗ ପାଇବେ l ସେହିପରି ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଡେପୁଟି କଲେକ୍ଟର ଲକିତ କୁମାର ମଂଡଲଙ୍କ ଅଧ୍ୟକ୍ଷତlରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କମିଟିରେ ନୂତନ ସଦସ୍ୟ ମାନଙ୍କୁ ଗ୍ରହଣ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ l

ଏହି ବୈଠକରେ ଅଧିକାଂଶ ସଦସ୍ୟ, ସଦସ୍ୟା ମାନେ ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବୟସ ସୀମା ନିର୍ଧାରଣ, ଲାଇଭ କାର୍ଯ୍ୟକ୍ରମ କରିବା ଉପରେ ପ୍ରସ୍ତlବ ଦେଇଥିଲେ l ସ୍ଥାନୀୟ କଳାକାର ମାନଙ୍କୁ ପ୍ରାଧାନ୍ୟ ଦେବାକୁ କିଛି କାଳରକାର ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ମତ ଦେଇଥିଲେ l ଏଥିର ଜିଲ୍ଲାସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ l

ସେହିପରି ସ୍ଥାନୀୟ ପୌର ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାହୀ ଯନ୍ତ୍ରୀ ସହଦେଵ କିଷାନ,ଜନସ୍ୱାସ୍ଥ୍ୟ ବିଭାଗଙ୍କ ଅଧ୍ୟକ୍ଷତରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନିର୍ବାହୀ ଅଧିକାରୀ ପୌର ପରିଷଦ ଶ୍ରୀ ସୌମ୍ୟ ରଞ୍ଜନ ମିଶ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଯୋଗଦାନ କରି ପରିମଳ ଓ ପଡ଼ିଆ ସଫାସୁତୁରା, ଜଳ ଯୋଗାଣ ଉପରେ ଆଲୋଚନା କରିଥିଲେ l ବିଶେଷ କରି ଚଇତି ସମୟରେ ପଡ଼ିଆ ସଫାସୁତୁରା ରଖିବା, ଜଳସିଞ୍ଚନ କରିବା, ପାଇଖାନା ସଫାସାତୁରା ରଖିବା ଓ ଉତ୍ସବ ସରିବା ପରେ ପଡିଆ ତୁରନ୍ତ ସଫା କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏଥିରେ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗ୍ରାମ୍ୟ ନିର୍ମାଣ ସହକାରୀ ଯନ୍ତ୍ରୀ, ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...