32.9 C
Balāngīr
Friday, April 25, 2025

ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ୩୩/୧୧ କେ.ଭି. ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ସବଷ୍ଟେସନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ସୁବର୍ଣ୍ଣପୁର (୦୭/୦୪ – ଆ.ପ୍ର) : ରାଜ୍ୟବାସୀଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଉପଖଣ୍ଡ ତରଭା ବ୍ଲକ ଦେଉଳପଦର ଠାରେ ଓଡିଏସ ଏସ ପି ଯୋଜନାର ତୃତୀୟ ପର୍ଯ୍ୟାୟରେ ୩୩/୧୧ କେ.ଭି. ଦେଉଳପଦର ପାୱାର ସବଷ୍ଟେସନ, ଓଡିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି l934c6536 d93e 4e0f 849e 54df82416bbb ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ୩୩/୧୧ କେ.ଭି. ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ସବଷ୍ଟେସନ

ଏହି ପାୱାର ଷ୍ଟେସନ ଦ୍ୱାରା ୪ ଗୋଟି ୧୧ କେଭି. ଫିଡ଼ର ନାରାୟଣପୁର, ଦେଉଳପଦର, ପାଇକବାହାଲ ଓ ଲଛିପୁର ଫିଡ଼ର ଅନ୍ତର୍ଗତ ୧୯ ଟି ଜନବସତି ନାରାୟଣପୁର, ସିଂବାହାଲି, କଦଳିପାଲି, ତିଳେଇମାଲ, ଦେଉଳପଦର, ସାଗରତଲ, ନାଇକେନପାଲି, ପାଇକବାହାଲ, ଡାହିମାଲ, ବ୍ରାହ୍ମଣିପାଲୀ, ରାଜପାଲି, ଖେମେଡ଼ିଆମୁଣ୍ଡା,ଝାଙ୍କରପାଲି, ଲୁହୁରାପାଲି,ସହରାପାଲି, ପିପିଲିପାଲି,ରେଙ୍ଗାଲି,କୁଡାଡେରା ପ୍ରଭୁତିର ପ୍ରାୟ ୪୦୦୦ ବିଭିନ୍ନ ( ଘରୋଇ, ବ୍ୟବସାୟିକ, ଶିଳ୍ପ, ତଥା କୃଷି ଭିତ୍ତିକ ) ଉପଭୋକ୍ତା ଏହି ପାୱାର ସବଷ୍ଟେସନ ଦ୍ୱାରା ନିରନ୍ତର ତଥା ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ। ଏହି ପାୱାର ସବ ଷ୍ଟେସନ କାର୍ଯ୍ୟକ୍ଷମ ଫଳରେ ଅଂଚଳର ପ୍ରାୟ ୫୫୦ କୃଷି ଉପଭୋକ୍ତା ଏବଂ ଗଭୀର ନଳ କୂପ ପ୍ରକଳ୍ପ ବିଶେଷ ଭାବେ ଉପକୃତ ହୋଇପାରିବେ। ତରଭା ବ୍ଲକ ଦେଉଳପଦର ଠାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ ଅତିଥିଭାବେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ, ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ , ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ , ଟିପିଡବ୍ଲୁ ଓ ଡିଏଲ,ସିଇଓ ଇଂ. ପ୍ରବୀଣ ବର୍ମା ପ୍ରମୁଖ ମଂଚାସୀନ ରହିଥିଲେ।

ଏପ୍ରିଲ ୧୧ରୁ ଓଡିଶାରେ ବଣ୍ଟା ଯିବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ

କାର୍ଯ୍ୟକ୍ରମ ଅବସରରେ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି, ବିଭିନ୍ନ ଅଧିକାରୀ, ବିଦ୍ୟୁତ ବିଭାଗର ଅଧିକାରୀ, ତଥା ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଗ୍ରୀଡ଼ ପାୱାର ଷ୍ଟେସନର ନିର୍ମାଣ କାର୍ଯ୍ୟ ୨୧ ଜାନୁୟାରୀ ୨୦୧୬ ରେ ଆରମ୍ଭ ହୋଇଥିବା ବେଳେ ୭ଅପ୍ରେଲ ୨୦୨୫ ରେ ସମାପନ ହୋଇଥିବା ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ମନୋଜ ପଟ୍ଟନାୟକ ଲୋକ ସମ୍ପର୍କ ବିଭାଗ ମୁଖ୍ୟ ସଂଯୋଜନା କରିଥିବା ବେଳେ ଟିପି ଡବ୍ଲୁଓ ଡି ଏଲ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକ ସମ୍ପର୍କ ଅଧିକାରୀ ଟିପିଡବ୍ଲୁଓଡ଼ିଏଲ ପ୍ରବୀର କୁମାର ଶତପଥି ସହଯୋଗ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...