32.9 C
Balāngīr
Wednesday, April 23, 2025

ଶକ୍ତି ଅନୁଷ୍ଠାନ କେନ୍ଦ୍ର ସରକାରଙ୍କ “ବାଲ ବିବାହ ମୁକ୍ତ” ଅଭିଯାନକୁ ସମର୍ଥନ ଜଣାଇଲା ରାୟଗଡ଼ା

Must read

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୨୭/୧୧) : ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ବାଲ୍ୟ ବିବାହ ବିରୋଧରେ ଭାରତ ସରକାର ‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଶକ୍ତି ଅନୁଷ୍ଠାନ ଏହି ଅଭିଯାନକୁ ସମର୍ଥନ ଜଣାଇ ଆଜି ସ୍ଥାନୀୟ ମହିଳା ବିଦ୍ୟାଳୟ ପରିସରରେ ଏକ ସଚେତନତା ସମାରୋହର ଆୟୋଜନ କରିଥିଲା ।WhatsApp Image 2024 11 27 at 19.06.40 1 ଶକ୍ତି ଅନୁଷ୍ଠାନ କେନ୍ଦ୍ର ସରକାରଙ୍କ “ବାଲ ବିବାହ ମୁକ୍ତ” ଅଭିଯାନକୁ ସମର୍ଥନ ଜଣାଇଲା ରାୟଗଡ଼ା

ପ୍ରକାଶ ଥାଉକି ଶକ୍ତି ଅନୁଷ୍ଠାନ ସମଗ୍ର ଦେଶରେ ୪୦୦ ରୁ ଅଧିକ ଜିଲ୍ଲାରେ କାମ କରୁଥିବା ୨୫୦ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ମାନଙ୍କ ଅଂଶୀଦାର ଜାତୀୟ ନେଟୱାର୍କ ‘ଜଷ୍ଟ ରାଇଟ ଫର ଚିଲ୍ଡ୍ରେନ’ ମେଣ୍ଟର ଏକ ଅଂଶୀଦାର । ଶ୍ରୀଯୁକ୍ତ ସୁବ୍ରତ କୁମାର ଆଚାର୍ଯ, ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା, ଡକ୍ଟର ଅର୍ଚ୍ଚନା ପଟନାୟକ, ଅଧ୍ୟକ୍ଷା, ରାୟଗଡ଼ା ମହିଳା ମହାବିଦ୍ୟାଳୟ, ଶ୍ରୀମତୀ ଶାନ୍ତିଲତା ମିଶ୍ର, ଆଧ୍ୟାପିକା, ମହିଳା ମହାବିଦ୍ୟାଳୟ, ଶ୍ରୀ ବଳରାମ ତୁଳ, ଅଧ୍ୟାପକ, ମହିଳା ମହାବିଦ୍ୟାଳୟ ଓ ଶକ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ନାୟକ ଏହି ସମାରୋହ ରେ ଯୋଗ ଦେଇ ବାଲ୍ୟ ବିବାହର କୁପରିଣାମ ଓ ଏହାକୁ ରୋକିବାରେ ଛାତ୍ର, ଛାତ୍ରୀ ମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରି ବାଲ୍ୟ ବିବାହ ବନ୍ଧ କରିବା ନିମନ୍ତେ ପଦକ୍ଷେପ ନେବାପାଇଁ ପାଖାପାଖି ୩୦୦ ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ ।

ତତ୍ ସଙ୍ଗେ ସଙ୍ଗେ ଶକ୍ତି ଅନୁଷ୍ଠାନ ତରଫରୁ ବିଭିନ୍ନ ଗ୍ରାମରେ ଶତାଧିକ ଗ୍ରାମବାସୀ, ଗ୍ରାମ ମୁଖିଆ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ମହିଳାମାନେ ନିଜ ନିଜ ଗ୍ରାମରେ ରାଲି କରି ସଚେତନତାର ବାର୍ତ୍ତା ବାଣ୍ଟିବା ସହ ସରକାରଙ୍କ ‘ବାଲ ବିବାହ ମୁକ୍ତ ଭାରତ ଅଭିଯାନ’ କୁ ସମର୍ଥନ ଜଣାଇଥିଲେ । ଦେଶରୁ ବାଲ୍ୟ ବିବାହ ସମୂଳ ଉଚ୍ଛେଦ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ନଭେମ୍ବର ୨୭ ତାରିଖରେ ଘୋଷଣା କରିଥିବା ଦେଶବ୍ୟାପୀ ‘ବାଲ ବିବାହ ମୁକ୍ତ ଭାରତ ଅଭିଯାନ’ ଦେଶର ସମସ୍ତ ଗ୍ରାମ ପଞ୍ଚାୟତ ଓ ବିଦ୍ୟାଳୟରେ ୱେବ କାଷ୍ଟ ମାଧ୍ୟମରେ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ ।

ଦେଶହବ୍ୟାପୀ ଅଭିଯାନ ଏବଂ ଏହା କିପରି ‘ବାଲ ବିବାହ ମୁକ୍ତ ଭାରତ ଅଭିଯାନ’ କୁ ତ୍ୱରାନ୍ୱିତ କରିବ ସେ ବିଷୟରେ ଶକ୍ତି ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ଅଖିଳ ରଞ୍ଜନ ପଣ୍ଡା କହିଛନ୍ତି ଯେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବା, ଏପରି ବିବାହକୁ ରୋକିବା ପାଇଁ ଆମେ ସରକାରୀ କତ୍ତୃପକ୍ଷ ଏବଂ ସ୍ଥାନୀୟ ମୁଖ୍ୟଙ୍କ ସହ ମିଳିତ ହୋଇ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ଏହି ଅଭିଯାନ ଆମ ଲଢେଇରେ ଏକ ନୂତନ ଶକ୍ତି ଏବଂ ସମର୍ଥନ ଦେବ ।

ଏହା ଆମ ପାଇଁ ଅତ୍ୟନ୍ତ ଆନନ୍ଦପୂର୍ଣ୍ଣ ମୂହୁର୍ତ୍ତ କାରଣ ଆମେ ଦେଖୁଛୁ ଯେ ଏତେ ବର୍ଷ ଧରି ଆମେ ଯେଉଁ ଲଢେଇ କରି ଆସୁଥିଲୁ ତାହା ଶେଷରେ ବାଲ୍ୟ ବିବାହର ଅନ୍ତ ସହିତ ଶେଷ ହେବାକୁ ଯାଉଛି । ଆମ ଜିଲ୍ଲାର ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ଉପଯୁକ୍ତ ଶୈଶବ ସୁନିଶ୍ଚିତ କରିବା ପାଇଁ ଆମେ ଆମ ସାମର୍ଥ୍ୟ ଅନୁଯାଇ କିଛି କରିବୁ । ଆଜି ଦିନ ବ୍ୟାପୀ କାର୍ଯ୍ୟକ୍ରମକୁ ଶକ୍ତି ଅନୁଷ୍ଠାନର କର୍ମୀ ନରେଶ ପେଦେଣ୍ଟି, ସିମ୍ରନ ଶର୍ମା, କୃଷ୍ଣଚନ୍ଦ୍ର ମହାରଣା, ଦିବାକର ହିକାକା, ଗୌରୀ ତୋଇକା ଉପ ସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...