ରାୟଗଡ଼ ୩୦/୦୩-ଆପ୍ର):- ରାୟଗଡ଼ ରାମକୃଷ୍ଣ ନଗର ଠାରେ ଶକ୍ତି ବାହିନୀ ସଙ୍ଗଠନ ଆଞ୍ଚଳିକ ବ୍ରାହ୍ମଣ ମହିଳା ସମାଜ ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଅଛି। ଏ ନେଇ ରାୟଗଡ଼ ରାମକୃଷ୍ଣ ନଗର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। 
ଉକ୍ତ ବୈଠକରେ ବରିଷ୍ଠ ଆଇନଜୀବୀ ଶ୍ରୀମତି ଶୁଭ୍ରା ପଣ୍ଡା ସଭାପତିତ୍ଵ କରିଥିଲେ। ଶକ୍ତି ବାହିନୀ ସଂଗଠନର ଆଭିମୁଖ୍ୟ ବିଷୟରେ ନୂତନ ସଦସ୍ୟ ମାନଙ୍କୁ ଅବଗତ କରାଯାଇଥିଲା।
Mahila Mandal of J K Paper Mills celebrated International Women’s Day
ଯେଉଁ ସବୁ ବିଷୟ ଉପରେ ଆଲୋଚନା ହୋଇଥିଲା ସେଗୁଡିକ ହେଲା;
ବ୍ରାହ୍ମଣ ସମାଜର ରୀତିନୀତି ଓ ସଂସ୍କୃତି ପରମ୍ପରା ଗୁଡ଼ିକୁ ବଜାୟ ରଖିବା ପ୍ରଥମ କର୍ତ୍ତବ୍ୟ। ଶକ୍ତି ବାହିନୀର ସମସ୍ତ ସଦସ୍ୟ ନିଜକୁ ସାମାଜିକ କାର୍ଯ୍ଯରେ ନିଜକୁ ନିୟୋଜିତ କରିବାକୁ ହେବ। ବ୍ରାହ୍ମଣ ସମାଜର କୌଣସି ବ୍ୟକ୍ତି ବିଶେଷଙ୍କ ଅସୁବିଧା ସମୟରେ ସାହାଯ୍ୟ ସହଯୋଗ କରିବାକୁ ହେବ । ଶକ୍ତି ବାହିନୀ ଦାୟିତ୍ଵ ନେଇଥିବା ସଦସ୍ୟା ନିଜ ନିଜର କାର୍ଯ୍ୟକୁ ସୂଚାରୁ ରୁପେ ତୁଲାଇବା ପାଇଁ ସଦସ୍ୟା ମାନେ ପ୍ରତିଶ୍ରୁତି ବଦ୍ଧ ହେବା ଜରୁରି ଅଟେ। ସମସ୍ତେ ସଙ୍ଗଠନକୁ ଆଗେଇ ନେବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି।