32.9 C
Balāngīr
Thursday, July 10, 2025

ଶଶାହାଣ୍ଡି ଗ୍ରାମ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ

Must read

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ,(୨୭/୧୧) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ଶଶାହାଣ୍ଡି ଗ୍ରାମ ନୂତନ ପାର୍କ ପଡିଆ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର କାର୍ଡ ବଣ୍ଟନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 11 29 at 8.50.16 AM ଶଶାହାଣ୍ଡି ଗ୍ରାମ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ

ଓଡିଶା ସରକାରଙ୍କ ଦ୍ୱାରା ଗତ ସେପ୍ଟେମ୍ବର ପହିଲାରୁ ମାଲକାନଗିରି ରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମ ର ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭାରମ୍ଭ ଓଡିଶା ସରକାରଙ୍କ ମାନ୍ୟବର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କରିଥିଲେ । ସରକାରଙ୍କ ଏହି ପଦକ୍ଷେପ ସ୍ଵର କୋରାପୁଟ ଜିଲ୍ଲା ର ୩ ଲକ୍ଷ ୭୦ ହଜାର ପରିବାର ର ୧୨ ଲକ୍ଷ ଜନସାଧାରଣ ଏବଂ ଏହି ଶଶାହାଣ୍ଡି ଗ୍ରାମ ପଞ୍ଚାୟତ ରେ ୨୨୬୩ ପରିବାର ଉପକୃତ ହୋଇପାରିବେ ।

ଏହି ଯୋଜନାରେ ମହିଳାମାନେ ୧୦ ଲକ୍ଷ ଟଙ୍କାର ଏବଂ ପୁରୁଷମାନେ ୫ ଲକ୍ଷ ଟଙ୍କାର ବାର୍ଷିକ ସ୍ୱାସ୍ଥ୍ୟ ସହାୟତା ଦେଶ ର ବିଭିନ୍ନ ସ୍ଥାନରେ ଥିବା ୨୦୦ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ସହାୟତା ପାଇପାରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି “ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ।” ଓଡ଼ିଶା ର ପ୍ରତ୍ୟେକ ଗ୍ରାମ ରୁ ଗ୍ରାମପଞ୍ଚାୟତ ତଥା ବ୍ଲକ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପହଞ୍ଚି ପାରିବ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ଏବଂ ପୂର୍ବତନ ବିଧାୟକ ଶ୍ରୀ ଚନ୍ଦ୍ରଶେଖର ମାଝୀ ସ୍ଥାନୀୟ ପାନୀୟ ଜଳ ର ସମସ୍ୟା ସମ୍ପର୍କରେ ଏବଂ ସରକାରଙ୍କ ମୁରାନ୍ ଡ୍ୟାମରୁ ପାନୀୟ ଜଳଯୋଗାଣ ନିମନ୍ତେ ସରକାର ଦେଇଥିବା ୧୨୦ କୋଟି ଟଙ୍କା ର ଅନୁଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଙ୍କ ସମେତ ବୋରିଗୁମ୍ମା ବି. ଡି. ଓ., ତହସିଲଦାର, ସ୍ଥାନୀୟ ମନ୍ତ୍ରୀ ପ୍ରତିନିଧି, ସାଂସଦ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...