32.9 C
Balāngīr
Friday, April 25, 2025

ଶିଆଳି ପଞ୍ଚାୟତ ଠାରେ ଗ୍ରାମ୍ୟମୁଖୀ ଜନ ଅଭିଯୋଗ ଶୁଣାଣି

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

କାଶୀନଗର ୨୪/୩-ଆପ୍ର): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଶିଆଳି ପଞ୍ଚାୟତ ଠାରେ ସଂଯୁକ୍ତ ଜଣ ଅଭିଯୋଗ ଶୁଣାଣି ସହ ଗ୍ରମାମୁଖି ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଗଜପତି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶଙ୍କର କେରକେଟା, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ପିଏ-ଆଇଟିଡିଏ ଅଂଶୁମାନ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ବି. ସାୟାମ୍ମାଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି କରାଯାଇଥିଲା ।8bc57687 f34e 4510 b0dc 9b5f3b8890e6 ଶିଆଳି ପଞ୍ଚାୟତ ଠାରେ ଗ୍ରାମ୍ୟମୁଖୀ ଜନ ଅଭିଯୋଗ ଶୁଣାଣି

ସ୍ଥାନୀୟ ତହସିଲଦାର ସୁଧୀର କୁମାର ନନ୍ଦ, ବିଡ଼ିଓ ଡମ୍ବୁରଧର ମଲ୍ଲିକ, ବନବିଭାଗ ଅଧିକାରୀ, ସରପଞ୍ଚ ରାମପ୍ରସାଦ ପଟ୍ଟାୟକ ଓ ଅନ୍ୟ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ହୋଇଥିଲେ । ସେହିପରି ଜିଲ୍ଲାର ସମସ୍ତ ବିଭାଗ ସ୍ୱାସ୍ଥ୍ୟ, ଶିକ୍ଷା, ଜଳ, ଗ୍ରାମୀଣ, ପୂର୍ତ୍ତି, କୃଷି, ଶିଶୁ ବିକାଶ, ପ୍ରାଣୀ ଚିକିତ୍ସା, ମହିଳା ସଶକ୍ତିକରଣ, ଅନନ୍ୟ ସମସ୍ତ ବିଭାଗର ଅଧିକାରୀ କର୍ମଚାରୀ ଉପସ୍ଥିତ ହୋଇଥିଲେ। ଉକ୍ତ ଶୁଣାଣି କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଅଭିଯୋଗ ୫୦ଗୋଟି ଓ ସାମୂହିକ ୨୮ଟି ଅଭିଯୋଗ ଶୁଣାଣି କରାଯାଇଥିଲା। ମୋଟ ୭୯ଟି ଦରଖାସ୍ତ ପ୍ରଶାସନ ପାଖରେ ଦାଖଲ ହୋଇଥିବା ଜଣାପଡିଛି । ଏହି ଜଣ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ବିଡିଓ ଦମ୍ବୁରଧର ମଲ୍ଲିକ ପରିଚାଳନା କରିଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ କେ.ସୀତାରାମ ଓ ପିଇଓ ଭଗବାନ ନାୟକ ସହଯୋଗ କରିଥିଲେ। ଶାନ୍ତି ବଜାଇ ରଖିବା ନେଇ ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...