ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୩୦/୦୧) : ଶିଶୁ କନ୍ୟାକୁ ପାଦରେ ଦଳି ଦେଲା ଦନ୍ତା। ଘରେ ପଶି ୬ ବର୍ଷର ଶିଶୁ କନ୍ୟାକୁ ଦନ୍ତା ହାତୀ ଦଳି ଦେବାରୁ ଗୁରୁବାର ତା’ର ମୃତ୍ୟୁ ଘଟିଛି। ମୋଟଙ୍ଗ ଥାନା ହାଣ୍ଡିଫୁଟା ଗାଁ’ରେ ହାତୀର ଉପଦ୍ରବ ଦେଖାଯାଇଛି ।
ହାତୀ ଆକ୍ରମଣରୁ ପରିବାରର ଅନ୍ୟ ୨ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଶିଶୁ କନ୍ୟା ମୃତ୍ୟୁ ପରେ ହିନ୍ଦୋଳ ଗୁଡିଆକାଟେଣୀ ମୁଖ୍ୟ ରାସ୍ତାକୁ ଅଞ୍ଚଳବାସୀ ଅବରୋଧ କରିଛନ୍ତି । ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁଲିସ ଓ ବନବିଭାଗ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।