32.9 C
Balāngīr
Tuesday, July 15, 2025

ଶିଶୁ କନ୍ୟା ଭୃଣ ନିରୂପଣ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Must read

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...

ସୁବର୍ଣ୍ଣପୁର, (୨୮/୦୩) : ଆ.ପ୍ର. : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ।

ଶିଶୁ କନ୍ୟା ଭୃଣ ନିରୂପଣ ଆଇନ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ଶୋଭାଗ୍ୟ ରଞ୍ଜନ ପୁରୋହିତ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ , ବିନିକା, ଅକୃର କୁମାର ହୋତା, ପି. ଏଚ. ଇ. ଓ., ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିନିକା, ଶାନ୍ତନୁ କୁମାର କର୍ଣ୍ଣ , ସଭ୍ଯ, ଶିଶୁ ମଙ୍ଗଳ ସମିତି, ସୁବର୍ଣ୍ଣପୁର ଡ଼ି ସି ପି ଉ, ସୁବର୍ଣ୍ଣପୁରର ପି. ଓ. ଆଇ. ସି., ବିଜୟ କୁମାର ବିଶ୍ଵାଳ, ଆଉଟ ରିଚ ୱାର୍କର ଥବିର କାଳସେ ଏବଂ କଉନ୍ସେଲର ପ୍ରଶାନ୍ତ ମହାକୁର ଓ ଜିଲ୍ଲା ସଂଯୋଜକ, ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ ଉପସ୍ଥିତ ରହି ବିନିକା ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ୫୦ଜଣ ଆଶା କର୍ମୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଗାଁରେ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଆଶାକର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ଯଦିଓ ଜାତୀୟ ହାରଠୁ ଆମେ ସନ୍ତୋଷ ଜନକ ସ୍ଥିତି ରେ ଅଛୁ ତଥାପି ପ୍ରତି ୧୦୦୦ ପୁରୁଷରେ ୧୦୦୦ ନାରୀ ହେବା ପାଇଁ ଆହ୍ଵାନ ଦେଇଥିଲେ ।

ଜିଲ୍ଲା ସଂଯୋଜକ, ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ ବେଟି ବଚାଓ ଓ ବେଟି ପଢାଓ ଶିଶୁ ର ଅଧିକାର ବିଷୟରେ ଆଲୋକପାତ କରିଥିଲେ। ଡ଼ି ସି ପି ଉ, ସୁବର୍ଣ୍ଣପୁରର ପି. ଓ. ଆଇ. ସି., ବିଜୟ କୁମାର ବିଶ୍ଵାଳ, ପି.ସି.ପି.ଏନ.ଡ଼ି.ଟି. ଆଇନର କାର୍ଯ୍ୟକାରିତା ବିଷୟରେ ସଚେତନ କରାଇଥିଲେ । ଶିଶୁ ମଙ୍ଗଳ ସମିତି, ସୁବର୍ଣ୍ଣପୁରର ସଭ୍ଯ ଶାନ୍ତନୁ କୁମାର କର୍ଣ୍ଣ ସଦ୍ୟ ଜନ୍ମିତ ଅବାଞ୍ଛିତ ଶିଶୁକୁ ନ ଫୋପାଡି ଆମ ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ଡ଼ି.ସି.ପି.ଓ., ସୁବର୍ଣ୍ଣପୁର କିମ୍ବା ଶିଶୁ ମଙ୍ଗଳ ସମିତି, ସୁବର୍ଣ୍ଣପୁର କୁ ଜଣାଇବାକୁ କହିଥିଲେ । ଏହିପରି ବହୁତ ଘଟଣା ଘଟୁଥିବା ବେଳେ ଲୋକେ ଏହିପରି ବ୍ୟବସ୍ଥା ଥିବା ଜାଣି ସୁଦ୍ଧା ଜଣାଉ ନ ଥିବାରୁ ସର୍ବସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା ।

ଭବିଷ୍ୟତରେ ଏହିପରି କୌଣସି ବ୍ୟକ୍ତି ବିଶେଷ ଏହିପରି ସୂଚନା ପାଇଲେ ତୁରନ୍ତ ଟୋଲ ଫ୍ରୀ ନଂ-୧୦୯୮(୨୪ X୭) , ଶିଶୁ ମଙ୍ଗଳ ସମିତି, ସୁବର୍ଣ୍ଣପୁର, ଡ଼ି. ସି. ପି. ଉ., ସୁବର୍ଣ୍ଣପୁର କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ଜଣାଇବାକୁ କହିଥିଲେ । ଶେଷରେ ପ୍ରଶାନ୍ତ କୁମାର ମହାକୁର କଉନ୍ସେଲର, ଡ଼ି ସି ପି ଉ, ଧନ୍ଯବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ...

ବୀରମହାରାଜପୁର ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର...

ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ

ପୁରୁଷୋତ୍ତମପୁର, (୧୫/୦୭) :ଆପ୍ର. : ପୁରୁଷୋତ୍ତମପୁର ରଥସାହି ରେ ଦୀର୍ଘ ୩୫୦ ବର୍ଷ ରୁ ଅଧିକ ସମୟ ଧରି ବିଜେ କରିଥିବା ଜଗନ୍ନାଥ ମନ୍ଦିର ର ନବୀକରଣ ପାଇଁ ପୁରୀ ମୁକ୍ତି ମଣ୍ଡପ...