ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୩) : ଶିଶୁ ସୁରକ୍ଷା ପାଇଁ ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି l
ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା କୁମୁଦିନୀ ମୁଦୁଲି ଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉପକାରାଗାର କୁ ଯାଇ ଅନ୍ତେବାସୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କୌଣସି ମାମଲାରେ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ କରାଗରରେ ଥିବା ଅନ୍ୟ କଏଦୀ ଙ୍କ ସହିତ ରହୁଛନ୍ତି କି ନାହିଁ କମିଟି ପକ୍ଷରୁ ଯାଞ୍ଚ କରିଥିଲେ l କିନ୍ତୁ କୌଣସି ଶିଶୁ ଆଇନ ସହ ଦ୍ବନ୍ଦରେ ଥିବା ପାଇ ନ ଥିଲେ l ଉକ୍ତ କାରାଗାରର ଅଧ୍ୟକ୍ଷ ଡିଲେଶ୍ୱର ଜେନା ପରିଦର୍ଶନ ସମୟରେ ସହଯୋଗ କରିଥିଲେ l