32.9 C
Balāngīr
Tuesday, May 20, 2025

ଶୀତଳଷଷ୍ଠୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ସୁବର୍ଣ୍ଣପୁର, (୦୫/୦୫) : ଆ.ପ୍ର: ଚଳିତ ବର୍ଷ ଶୀତଳଷଷ୍ଠୀ ମହୋତ୍ସବ ୨୦୨୫ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ସର୍ବ ପ୍ରଥମେ ସମ୍ପାଦକ ଗତବର୍ଷ ର ସପୂର୍ଣ୍ଣ ବିବରଣୀ ପଠନ କରିବା ପରେ ଚଳିତ ବର୍ଷ କମିଟି ଗଠନ ପକ୍ରିୟା ଆରମ୍ଭ ହେଲା l ସର୍ବସମ୍ମତି କ୍ରମେ ଗତବର୍ଷ ଶୀତଳଷଷ୍ଠୀ ଯାତ୍ରାକୁ ସୁଚାରୁ ରୂପେ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିଥିବାରୁ ସେହି ପୁରୁଣା କମିଟିକୁ ପୁନର୍ବାର ଦାୟିତ୍ୱ ଦିଆଯାଇଛି l ସଭାପତି -ପୂର୍ଣଚନ୍ଦ୍ର ମେହେର, ଉପସଭାପତି – ସନ୍ତୋଷ ମହାକୁର, ଅଜିତ ସାମନ୍ତରା, ସମ୍ପାଦକ -ଚରଣ ମେହେର, ସାହସମ୍ପାଦକ -ସମ୍ବିତ ନେପାକ, କୋଷାଧକ୍ଷ-ସଞ୍ଜୟ ଦାସ, ଉପଦେଷ୍ଟା କମିଟି -ଶୀତଳ ପ୍ରସାଦ ମହାକୁର, ସୁଧାଂଶୁ ଶେଖର ଦାସ, ଜୟଦେବ ରାଉତ, ଅଶ୍ୱିନୀ ସୁବୁଦ୍ଧି, ଦିଲ୍ଲୀପ ଅଗ୍ରୱାଲ, ସକ୍ରିୟ ସଦସ୍ୟ ଭାବେ -ଅଶୋକ ପଟ୍ଟନାୟକ, ବିକାଶ ମହାନ୍ତି, ସନ୍ତୋଷ ସାମନ୍ତରା, ତ୍ରିନାଥ ସେଠି, ସୀତାରାମ ଦାସ, ସଚ୍ଚିତା ନେଗୀ, ସୀତାରାମ ବେହେରା,ମହାବୀର ଅଗ୍ରୱାଲ, ଘାସିରାମ କଟୁଆଳ, ଭୁବନେଶ୍ୱର ପାତ୍ର, ହାଡିବନ୍ଧୁ ମେହେର, ପୁରୁଷୋତ୍ତମ ମେହେର, ଦୀନବନ୍ଧୁ ମେହେର ଙ୍କୁ ମନୋନୀତ କରାଗଲା l ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ର ସୁପରିଚଲାନା ଓ ବିଭିନ୍ନ ସମସ୍ୟା ଯଥା ରାସ୍ତାର ସଂପ୍ରସାରଣ, ରାସ୍ତା ଓ ନାଳ ନର୍ଦମା ର ସଫାଇ, ପିଇବା ପାଣି, ବିଦ୍ୟୁତ ସମସ୍ୟା, ପୁଲିସ ପେଟ୍ରୋଲିଙ୍ଗ, ଆଦିକୁ ସୁଦୃଢ କରିବା ପାଇଁ ଆଲୋଚନା ହୋଇଥିଲା l

ଚଳିତ ଶୀତଳଷଷ୍ଠୀ ମହୋତ୍ସବ ଙ୍କୁ ବିଗତ ବର୍ଷମାନଙ୍କ ତୁଳନାରେ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ତାରାକାଷୁର ଦରବାର, ମିନବଜାର ସର୍ବପରି ଶୋଭାଯାତ୍ରା ରେ ବିଭିନ୍ନ କଳା ସଂସ୍କୃତି ସମ୍ପନ୍ନ ଲୋକକଳା ଓ ବାଦ୍ୟ ଯୋଡି ଅଧିକ ଆକର୍ଷଣୀୟ କରାଯିବ ବୋଲି ସଭାପତି ପୂର୍ଣଚନ୍ଦ୍ର ମେହେର ପ୍ରକାଶ କରିଛନ୍ତି l ଉକ୍ତ ବୈଠକ ରେ ଅଞ୍ଚଳର ମାନ୍ୟ ଗଣ୍ୟ, ବୈଜେଷ୍ଠ, ଯୁବଗୋଷ୍ଟି ତଥା -ଶିକ୍ଷକ, ଓକିଲ, ସାମ୍ବାଦିକ, ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନ ଏପରିକି ସବୁ ବର୍ଗର ଶତାଧିକ ସହର ବାସୀ ଉପସ୍ଥିତ ଥିଲେ l ମାନଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...