32.9 C
Balāngīr
Thursday, July 10, 2025

ଶୁଣାଣି ତାରିଖ ପୁଣି ଘୁଞ୍ଚିଲା : ୨୦ ତାରିଖ ଯାଏଁ ଜେଲରେ ରହିବେ ଆର୍ଯ୍ୟନ୍ ଖାନ୍

Must read

ରିପୋର୍ଟ : ସୁଭାସିସ ନାୟକ
ମୁମ୍ବାଇ,(୧୫/୧୦) : ଡ୍ରଗସ୍ କାରବାର ମାମଲାରେ ଗିରଫ ଅଭିଯୁକ୍ତ ଆର୍ଯ୍ୟନ୍ ଖାନ୍ ଜାମିନ ଆବେଦନ ଶୁଣାଣି ତାରିଖ ପୁଣି ଘୁଞ୍ଚିଛି । ଆସନ୍ତା ୨୦ ତାରିଖରେ ପରବର୍ତ୍ତି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଆର୍ଯ୍ୟନ୍ ଖାନ୍ ଜେଲରେ ରହିବେ ।

ଆଜି ମୁମ୍ବାଇ ସେସନ୍ କୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା । ବିଚାରପତି ଭି.ଭି. ପାଟିଲ ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖି ଶୁଣାଣି ତାରିଖ ପୁଣି ଘୁଞ୍ଚାଇଛନ୍ତି । ଦଶହରା ପରେ ଅକ୍ଟୋବର ୨୦ ରେ ରାୟ ପ୍ରକାଶ ପାଇଁ ଚେଷ୍ଟା କରାଯିବ ବୋଲି ବିଚାରପତି କହିଛନ୍ତି ।

ଆର୍ଯ୍ୟନ୍ ଖାନଙ୍କ ଓକିଲ ଅମିତ ଦେଶାଇ କୋର୍ଟରେ ଯୁକ୍ତି କରିଥିଲେ ଯେ, ହ୍ୱାଟ୍ସ୍ଆପ ଚାର୍ଟ ନ୍ୟାୟିକ ପ୍ରମାଣର ଅନ୍ତର୍ଭୃକ୍ତ ନୁହଁ । ଯେଉଁ ହ୍ୱାଟ୍ସଆପ ଚାର୍ଟର ତଥ୍ୟକୁ ଆଧାର କରି ଏନ.ସି.ବି. ପ୍ରମାଣ ବୋଲି ଦାବି କରୁଛି ତାହା ଅତ୍ୟନ୍ତ ଦୁର୍ବଳ । ଏହି କାରଣରୁ ଆର୍ଯ୍ୟନଙ୍କ ସ୍ୱାଧୀନତାକୁ ଛଡ଼ାଇ ନିଆଯାପାରିବ ନାହିଁ । ଏହି ପ୍ରସଙ୍ଗ କେବଳ ସ୍ୱାଧୀନତା, ସ୍ୱାଧୀନତା ଏବଂ ସ୍ୱାଧୀନତାର ବୋଲି ଦୃଢ଼ତାର ସହ ଯୁକ୍ତି ରଖିଥିଲେ ଅମିତ୍ ଦେଶାଇ ।

ସେ କହିଥିଲେ, ଆର୍ଯ୍ୟନଙ୍କର ଅପରାଧିକ ପୃଷ୍ଟଭୂମି କିଛି ନାହିଁ । ତେଣୁ ତାଙ୍କୁ ଜାମିନ ଦଆଯାଉ ବୋଲି ସେ ଦାବି କରିଥିଲେ । ଏନ.ସି.ବି. ପକ୍ଷରୁ ଓକିଲ କହିଥିଲେ, ଆର୍ଯ୍ୟନ ଡ୍ରଗ୍ସ ସେବନ କରିବା ସହ ଏହାକୁ ପେଡେଲରମାନଙ୍କ ଠାରୁ ଆଣୁଥିଲେ । କିନ୍ତୁ ରେଡ୍ ବେଳେ ଆର୍ଯ୍ୟନଙ୍କ ପାଖରୁ କୌଣସି ନିଶାଦ୍ରବ୍ୟ ଠାବ ହୋଇ ନଥିବା ତାଙ୍କ ଓକିଲ ଯୁକ୍ତି ରଖିଛନ୍ତି । ଆର୍ଯ୍ୟନଙ୍କ ସମ୍ପର୍କ ଇଣ୍ଟରନ୍ୟାଶନାଲ ଡ୍ରଗ୍ସ ପେଡେଲରଙ୍କ ସହ ରହିଥିବା ଏନ.ସି.ବି. କହୁଥିଲେ ହେଁ ଏ ସମ୍ପର୍କରେ ଏ ଯାଏଁ ପ୍ରମାଣ ମିଳିନି ବୋଲି ଆର୍ଯ୍ୟନଙ୍କ ଓକିଲ କହିଥିଲେ ।

ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ନିଷିଦ୍ଧ ଡ୍ରଗସ୍ ଜବତ କରାଯିବା ସହ ଅକ୍ଟୋବର ୩ ରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରାଯାଇଛି । ଏନ.ସି.ବି ଏହି ମାମଲା ଅଧିକ ତଦନ୍ତ ଜାରି ରଖିଛି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...