କାଶୀନଗର, (୫/୬) : ଆପ୍ର. : ଶୂନ ଦୁର୍ଘଟଣା ଦିବସ ଓଡିଶା ରେ ଆସନ୍ତା ଜୁନ ୨୮ ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ଗୁଣୁପୁର ପାରଳାଖେମୁଣ୍ଡି ରାସ୍ତା ରେ ଗତ ବୁଧୁବାର ସନ୍ଧ୍ୟାରେ ଆଉ ଏଜ ଦୁର୍ଘଟଣା ହେବା ଜନ ସାଧାରଣ ଙ୍କ ମାନ ରେ ଭୟ ସୃଷ୍ଟି କରୁଛି ।
ଶୂନ ଦୁର୍ଘଟଣା ଦିବସ ରେ ପୁଣି ଗୁଣୁପୁର ରାସ୍ତା ରେ ଦୁର୍ଘଟଣା । ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଆରୋହୀ ଟି ଘର ରୁ ବାହାରିବା ଠାରୁ ଘରେ ପହଂଚିବା ପର୍ଯ୍ୟନ୍ତ ଯେତିକି ନିୟମ ଅଛି ତାକୁ ପାଳନ କରିବା ଵିଧି ରହିଛି, ହେଲେ ମୋବାଇଲ ରେ କଥା ହୋଇ ଗାଡି ଚଳାଇବା, ଭୁଲ ରାସ୍ତାରେ ଯିବା, ମଦ୍ୟ ପାନ କରି ଗାଡି ଚଳାଇବା ଦ୍ୱାରା ଦୁର୍ଘଟଣା ହେଉଛି । ଖାଲି ଏହା ସେହି ପରିବାର ର ନଷ୍ଟ ନୁଁହ ଏହା ଦେଶ ପାଇଁ ବି କ୍ଷତି । ଲଗାତାର ଭାବେ ଦିନ ଛାଡି ଦିନ ଏହି ରାସ୍ତା ରେ ଦୁର୍ଘଟଣା ଘଟି ଚାଲିଛି । ଗତ ସପ୍ତାହ ରେ ଶନିବାର ଓ ବୁଧୁବାର ଏଭଳି ବାରମ୍ବାର ଦୁର୍ଘଟଣା କାହିଁକି ଘଟୁଛି, ଏହାର କାରଣ ବାହାର କରିବା ଆବଶ୍ୟକ ବୋଲି ଜନ ସାଧାରଣ ଦାବୀ କରିଛନ୍ତି ।