ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୧/୦୩) : ଶୋଇଥିବାବେଳେ ଏସିଡ୍ ମାଡ଼ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ନାୟକାଣିଡ଼ିହି ଥାନା ରାମଚନ୍ଦ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ।
ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଉପରକୁ ଏସିଡ୍ ମାଡ଼ କରାଯାଇଛି । ଗୁରୁତର ଯୁବକ ଜଣକ ହେଲେ ସନାତନ ପଲେଇଙ୍କ ପୁଅ ଜଗବନ୍ଧୁ ପଲେଇ । ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି ଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ନାୟକାଣିଡ଼ିହି ଥାନା ରାମଚନ୍ଦ୍ରପୁର ଗାଁର ସନାତନ ପଲେଇଙ୍କ ପୁଅ ଜଗବନ୍ଧୁଙ୍କ ଶୋଇଥିବା ଅବସ୍ଥାରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ । ଝରକା ବାହାରୁ ଏସିଡ ମାଡ଼ କରି ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଥିଲା । ଏହା ପରେ ସେ ଚିତ୍କାର କରିବାରୁ ପରିବାର ଲୋକେ ତାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତୁରନ୍ତ ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ଆଡ଼କୁ ଗତି କରିବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି।