32.9 C
Balāngīr
Monday, April 28, 2025

ଶ୍ରମିକ ମାନଙ୍କ ନିଆରା ପ୍ରତିବାଦ : ଭାର, ଡଲା, କୋଦାଳ ଧରି ବିକ୍ଷୋଭ କଲେ ଶ୍ରମିକ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର ,(୦୧/୧୨) : ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଥିଲା ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭାର, ଡଲା, କୋଦାଳ ଧରି ଧାରଣା ଦେଲେ ଓ ବିକ୍ଷୋଭ କଲେ ଶ୍ରମିକ।WhatsApp Image 2024 12 01 at 19.47.02 ଶ୍ରମିକ ମାନଙ୍କ ନିଆରା ପ୍ରତିବାଦ : ଭାର, ଡଲା, କୋଦାଳ ଧରି ବିକ୍ଷୋଭ କଲେ ଶ୍ରମିକ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଶିପଡ଼ା ଗ୍ରାମ ପଞ୍ଚାୟତର ଶ୍ରମିକ ମାନେ ଏଭଳି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ଯେଉଁଠି ଶ୍ରମିକଙ୍କ କାମ କରିବା ପୁରା ହକ ଥିବା ବଦଳରେ ସେଠାରେ ମେସିନ କରୁଛି କାମ। ଏଠି ଶ୍ରମିକମାନେ କାମ ମାଗି ଗଲେ ଦୂର ସ୍ଥାନକୁ କାମ କରିବାକୁ ଯିବାକୁ କହୁଛନ୍ତି ପଞ୍ଚାୟତ ର ଅଧିକାରୀ ବ। ଏହାର ପ୍ରତିବାଦରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଏହି ପଞ୍ଚାୟତର ଶତାଧିକ ଶ୍ରମିକ l

ନିଆରା ଢଙ୍ଗରେ ବିକ୍ଷୋଭ କରି ଜିଲ୍ଲାପାଳ ଙ୍କୁ କାମ ମାଗିଲେ ଶ୍ରମିକ l ଶ୍ରମିକ ମାନେ ନିୟମ ଅନୁଯାୟୀ ସି ଫର୍ମ ମାଧ୍ୟମରେ କାମ ମାଗୁଛନ୍ତି ହେଲେ ସଂପୃକ୍ତ ପଞ୍ଚାୟତ ଅଧିକାରୀ ସରପଞ୍ଚଙ୍କ ଇଶାରାରେ ଶ୍ରମିକମାନଙ୍କୁ କାମ ଯୋଗାଇ ନ ଥିବା ଅଭିଯୋଗ କରିଛନ୍ତି ଶ୍ରମିକ ମାନେ ଏବଂ ମେସିନ ସାହାର୍ଯ୍ୟ ରେ କୋଟି କୋଟି ଟଙ୍କାର ମନରେଗା କାମ କରାଯାଉଥିବା ଅଭିଯୋଗ କରିଛନ୍ତି ।

ଏନେଇ ଉଲୁଣ୍ଡା ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ଶୁଣୁ ନଥିବାରୁ ବାଧ୍ୟ ହୋଇ ଗତକାଲି କୋଡ଼ି,କୋଦାଳ ଓ ଡ଼ାଲା ସହ ଏକ ନିଆରା ପ୍ରତିବାଦ କରିଥିବା କହିଛନ୍ତି ଶ୍ରମିକମାନେ। ଏନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଏହି ଖଟିଖିଆ ଶ୍ରମିକ ମାନେ l

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...