32.9 C
Balāngīr
Wednesday, April 30, 2025

ଶ୍ରୀଜଗନ୍ନାଥ ମହୋତ୍ସବ ଉଦଯାପିତ

Must read

ସୁବର୍ଣ୍ଣପୁର, (୨୫/୦୩) : ଆ.ପ୍ର : ସ୍ବର୍ଣ୍ଣପ୍ରୟାଗ ରାମେଶ୍ୱରଠାରେ ସପ୍ତାହବ୍ୟାପୀ ଚାଲିଥିବା ଜଗନ୍ନାଥ ମହୋତ୍ସବ ଏକ ଭକ୍ତିମୟ ପରିବେଶରେ ଆଜି ମଧ୍ୟାହ୍ନରେ ଉଦଯାପିତ ହୋଇଯାଇଛି ।

ଜଗନ୍ନାଥ ସଂସ୍କୃତି ଓ ଚେତନାର ବିସ୍ତାର ଲକ୍ଷ୍ୟରେ ଶ୍ରୀଜଗନ୍ନାଥଙ୍କ ଦୁଲ୍ଲଭ ବତିଶ ବେଶ,ପଞ୍ଚକୁଣ୍ଡିୟ ଘୃତଯଜ୍ଞ ସହ ରାମେଶ୍ୱର ନିତ୍ୟକୁଞ୍ଜରେ ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି ପଡିଛି । ସାତଦିନ ଧରି ଅନୁଷ୍ଠିତ ଜଗନ୍ନାଥ ମହୋତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଜଗନ୍ନାଥ ମଞ୍ଚର ତ୍ରିଆଳତୀ ପର୍ବ ସହ ପ୍ରବଚନ ଓ ଭଜନକୁ ଲୋକେ ବିଳମ୍ବିତ ରାତି ଯାଏଁ ଉପଭୋଗ କରିଛନ୍ତି । ସ୍ୱତନ୍ତ୍ର ବତିଶ ବେଶ ଆଗରେ ପ୍ରତିଦିନ ୩୨ଜଣ ଦମ୍ପତ୍ତି ବିଷ୍ଣୁ ସହସ୍ର ନାମ ପଠନ କରିଥିବାବେଳେ ଦୁଲ୍ଲଭ ବେଶ ଦର୍ଶକଙ୍କ ପ୍ରମୁଖ ଆକର୍ଷଣ ଭାବେ ଉଭା ହୋଇଥିଲା । ଏଥିସହ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ କଥାମୃତକୁ ନେଇ ଜଗନ୍ନାଥ ସଂସ୍କୃତି ପ୍ରବାଚକ ଡ଼ଃ କୃଷ୍ଣକେଶବ ଷଡ଼ଙ୍ଗୀଙ୍କ ପ୍ରବଚନକୁ ହଜାର ହଜାର ଭକ୍ତିପୂତ ଶ୍ରଦ୍ଧାଳୁ ମନନ କରିଛନ୍ତି ।

ଏହି ଅବସରରେ “ଦାରୁବ୍ରହ୍ମ” ସ୍ମରଣୀକା ସାଧୁସନ୍ଥଙ୍କ ହାତରେ ଲୋକାର୍ପିତ ହୋଇଛି । ପାତାଳି ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁର ମାଟିରେ ପ୍ରଥମଥର ଭାବେ ଆୟୋଜିତ ଜଗନ୍ନାଥ ମହୋତ୍ସବ ତଥା ଦୁଲ୍ଲଭ ବତିଶ ବେଶ ଦର୍ଶନ ଶ୍ରଦ୍ଧାଳୁଙ୍କ ମନରେ ଏକ ଭିନ୍ନ ଆଧ୍ୟାତ୍ମିକତାର ଭାବ ଭରି ଦେଇଛି। ଆଜି ମହୋତ୍ସବର ପୁନଃଶ୍ଚରଣ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ରାମେଶ୍ୱର ତ୍ରିବେଣୀ ସଙ୍ଗମ ଘାଟରେ ସାଧୁସନ୍ଥଙ୍କ ସାହି ସ୍ନାନ ପରେ ଶ୍ରଦ୍ଧାଳୁମାନେ ଅମୃତ ସ୍ନାନ କରିଥିଲେ।ମହୋତ୍ସବ କମିଟି ପକ୍ଷରୁ ସାଧୁସନ୍ଥ ଓ ଯଜ୍ଞରେ ନିୟୋଜିତ ଆଚାର୍ଯ୍ୟଙ୍କ ସେବପୂଜା ସହ ବସ୍ତ୍ରଦାନ କରାଯାଇଥଲା।

ସେହିପରି ପଞ୍ଚକୁଣ୍ଡିୟ ଘୃତଯଜ୍ଞ,ଚବିଶ ପ୍ରହରୀ ନାମଯଜ୍ଞ ଓ ବତିଶ ବେଶ ସହ ଶ୍ରୀଗୋପାଳ ପୂଜନର ପୂର୍ଣ୍ଣାହୁତି ପଡିଛି । କମିଟିର ସମସ୍ତ ବିଭାଗୀୟ ସଦସ୍ୟ,ସଦସ୍ୟାଙ୍କ ସହ କାର୍ଯ୍ୟକର୍ତ୍ତା ଓ ଉପସ୍ଥିତ ଶ୍ରଦ୍ଧାଳୁ ଅବିର ମାଖି ସଂକୀର୍ତ୍ତନ,ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନୀରେ ନାଚିନାଚି ମହୋତ୍ସବ ର ପୂର୍ଣ୍ଣକୁମ୍ଭକୁ ସଙ୍ଗମରେ ବିସର୍ଜନ କରିଥିଲେ । ପୂର୍ଣ୍ଣାହୁତି ପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ସେବନ କରିଥିବା ଦେଖାଯାଇଥିଲା । ଇତ୍ୟବସରରେ ଏକ ସ୍ମରଣିକା “ଦାରୁବ୍ରହ୍ମ “ଉନ୍ମୋଚିତ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...