ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୨) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ।
ଏଥିର ନୂଆ କରି ବଜେଟରେ ଶ୍ରୀଜଗନ୍ନାଥ ଯୋଜନା ଯୋଡି ହୋଇଛି । ଏନେଇ ବଜେଟରେ ୩୦ କୋଟି ଟଙ୍କା ବ୍ୟବବରାଦ କରାଯାଇଛି । ଏହି ଯୋଜନାରେ ସଦର ମହକୁମାଗୁଡ଼ିକରୁ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ବସ ଯୋଗେ ଶ୍ରୀମନ୍ଦିର ଅଣାଯିବ । ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ମାଗଣାରେ ଅବଢ଼ା ଖାଇବେ । ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର । ରତ୍ନ ସିଂହାସନରେ ବିରାଜମାନ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରତିଟି ଓଡିଆଙ୍କ ଇଚ୍ଛା । ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବାକୁ ନୂଆ ଯୋଜନା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯାଉଛି । ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ଜଗନ୍ନାଥ ଦର୍ଶନ ପାଇଁ ସ୍ବତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି ଜଗା ଦର୍ଶନ କରିବେ ଓ ମହାପ୍ରସାଦ ସେବନ କରିପାରିବେ ।