32.9 C
Balāngīr
Wednesday, April 30, 2025

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଝlରୀଙ୍କ ରାୟଗଡ଼ ଗସ୍ତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ଗୋପୀନାଥ ଗୌଡ଼ //
ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶାଙ୍କ ରୟାଗଡ଼ ଗସ୍ତ “ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା”।
ରାୟଗଡ:-ତା.୧୬/୧୨): ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଝlରୀ ଦିନିକିଆ ରାୟଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି l

ଏହି ସମୀକ୍ଷା ବୈଠକରେ ମାନ୍ୟବର ରlୟଗଡ଼ ବିଧାୟକ ଶ୍ରୀଯୁକ୍ତ ଆପାଲ୍ଲା ସ୍ୱାମୀ କାଡ୍ରାକା, ମାନ୍ୟବର ଵିଷମ କଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧଵ ହିକକା, ମାନ୍ୟବର ଗୁଣୁପୁର ବିଧାୟକ, ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ, ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ସ୍ୱତନ୍ତ୍ର ସଚିବ ରାଜସ୍ବ ବିଭାଗ, ଶ୍ରୀ ବୀରେନ୍ଦ୍ର କୁମାର କରକରl, ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ,ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ, ଗୁଣୁପୁର, ସୁଶ୍ରୀ କିରଣଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ, ଶ୍ରୀମତୀ କଲ୍ୟାଣୀ ସଂଘ ମିତ୍ରା ଦେବୀ ପ୍ରମୁଖ ଯୋଗଦାନ କରିଥିଲେ l

ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ରାଜସ୍ୱ ବିଭାଗର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ରାଜସ୍ୱ ବିଭାଗର ବିଭିନ୍ନ ସ୍କିମ ଉପରେ ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ କହିଲେ ଯେ, ଆଗାମୀ ପାଞ୍ଚ ବର୍ଷ ଭିତରେ କୌଣସି ଗରିବ ବ୍ୟକ୍ତି ଭୂମିହୀନ ରହିବେ ନlହିଁ । ବର୍ତ୍ତମାନ ଠାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଶିଳ୍ପ ସଂସ୍ଥା ହେବା ଦ୍ବାରା ବିସ୍ଥାପିତ ହୋଇଥିବା ପରିବାରକୁ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଦେବାକୁ କହିଥିଲେ l ପରିବେଷ ସୁରକ୍ଷା ପାଇଁ ମଧ୍ୟ ବିଶେଷ ପଦ୍ଧକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ l ୪ଡ଼ିସିମିଲରୁ କମ ଜମି ଥିବା ବ୍ୟକ୍ତିଙ୍କୁ ମଧ୍ୟ ଭୂମିହୀନ ତାଲିକାରେ ତାଲିକାଭୁକ୍ତ କରାଯିବ ଓ ସେମାନଙ୍କୁ ଜମି ଦିଆଯିବ l ବୃହତ ରାଜସ୍ୱ ଗ୍ରାମ ଯୋଗୁଁ ଦୂରରୁ ରହୁଥିବା ଗ୍ରାମଗୁଡିକ ଅସୁବିଧା ହେଉଥିବାରୁ ଅନ୍ୟୁନ ୨୫୦ପରିବାର ଥିବା ଗ୍ରାମଗୁଡିକ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି l

ସର୍ବସାଧାରଣ ହେଉଛନ୍ତି ସମ୍ମାନୀୟ ବ୍ୟକ୍ତି। ସେମାନଙ୍କ ଅଭିଯୋଗ ଧର୍ଯ୍ୟର ସହକାରେ ଶୁଣି ସେବା ଯୋଗାଇଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମାନ୍ୟବର ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଏହା ସହିତ ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଉପରେ ମଧ୍ୟ ସମୀକ୍ଷା କରିଥିଲେ l ଚାଷୀ ଯେପରି ଠକାମୀର ଶିକାର ନ ହେବେ, ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ l ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, ଅନ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତି ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...