32.9 C
Balāngīr
Thursday, June 12, 2025

ଶ୍ରୀରାମ ଆଦର୍ଶ ଶିକ୍ଷାନି କେତନ ର ଛାତ୍ର, ଛାତ୍ରୀ ମାନଙ୍କୁ ବିଂଶତ୍ତମ ସମ୍ମୁଚ୍ଚ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ 

Must read

ଗଞ୍ଜାମ, (୦୪/୦୬) : ଆପ୍ର. : ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ଦ୍ଵାରା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଅଧିନସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ସର୍ବାଧିକ ନମ୍ୱର ରଖି ଶ୍ରେଷ୍ଠତ୍ଵ ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆପ୍ୟାୟିତ ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।WhatsApp Image 2025 06 03 at 21.37.53 ଶ୍ରୀରାମ ଆଦର୍ଶ ଶିକ୍ଷାନି କେତନ ର ଛାତ୍ର, ଛାତ୍ରୀ ମାନଙ୍କୁ ବିଂଶତ୍ତମ ସମ୍ମୁଚ୍ଚ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ 

ଏହି କାର୍ଯ୍ୟକ୍ରମ ଅବସରରେ ଚକ୍ରପାଣି ଦୋରା ଉଚ୍ଚ ବିଦ୍ୟାଳୟ ବଡ଼ ବରଗାଁର ଛାତ୍ରୀ ବି. ଗାୟତ୍ରୀ ରେଡି, ୟୁ.ଜି ହାଇସ୍କୁଲ, ଚଢ଼ିଆ ପଲ୍ଲୀ ର ଛାତ୍ରୀ ସଂସ୍କୃତି ରାଣୀ ଦାଶ, ଏଣ୍ଡି ହାଇସ୍କୁଲର ଛାତ୍ରୀ ତ୍ରିଶା ରାଣୀ ଡାକୁଆ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଷୋତ୍ତମପୁରର ଛାତ୍ରୀ ଅମ୍ରିତା କୁମାରୀ ସାହୁ , ଭୂତସରସିଙ୍ଗି ହାଇସ୍କୁଲର ଛାତ୍ରୀ ଗାୟତ୍ରୀ ପାଣିଗ୍ରାହୀ, ବଡ଼ ଖରିଡା କାଳେଶ୍ଵର ହାଇସ୍କୁଲ ର ଛାତ୍ର ପ୍ରତ୍ୟୁଷ କୁମାର ବାରିକ୍, ବର ପଲ୍ଲୀ ହାଇସ୍କୁଲର ଛାତ୍ରୀ ସ୍ନେହମୟୀ ବେହେରା , ସନ ସାଇନ ଇଣ୍ଟେରନେସନଲ ସ୍କୁଲ ରଛାତ୍ର ମଧୁସୂଦନ ପାତ୍ର , ତାରାତାରିଣୀ ହାଇସ୍କୁଲ ରାୟପୁର ର ଛାତ୍ରୀ ଜି.ନିର୍ମଳା ରେଡ୍ଡି, ରଣଝାଲି ହାଇସ୍କୁଲର ଛାତ୍ର ମୃତ୍ୟୁଞ୍ଜୟ ପାଢ଼ୀ, ପାଣ୍ଡିଆ ହାଇସ୍କୁଲର ଛାତ୍ରୀ ପୂଜା ରାଣୀ ବେହେରା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଷୋତ୍ତମପୁରର ଅମରେଶ୍ୱର ବେହେରା, ଶ୍ୱେତା ପାତ୍ର ଏବଂ ଏଣ୍ଡି ହାଇସ୍କୁଲର ଶାନ୍ତନୁ ମହାପାତ୍ର, ଅଙ୍କିତା ପାଣିଗ୍ରାହୀ ଏବଂ ତୁଷାର କାନ୍ତ ଦାଶଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟ ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।WhatsApp Image 2025 06 03 at 21.37.54 ଶ୍ରୀରାମ ଆଦର୍ଶ ଶିକ୍ଷାନି କେତନ ର ଛାତ୍ର, ଛାତ୍ରୀ ମାନଙ୍କୁ ବିଂଶତ୍ତମ ସମ୍ମୁଚ୍ଚ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ 

ଏଥିରେ ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର ମୁଖ୍ୟବକ୍ତା ଭାବେ ଛାତ୍ରଛାତ୍ରୀ ମାନଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଆର୍ଶୀବଚନ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ.ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ପି ଏଚ ସି ବଡ ଖରିଡା, ଏବଂ ଶ୍ରୀ ବଟେଶ୍ୱର ହାଇସ୍କୁଲ ପାଇକାପଡା ର ସଂସ୍କୃତ ପଣ୍ଡିତ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ସାହୁ ସାର ଜୀବନରେ ଶିକ୍ଷାର ଆଭିମୁଖ୍ୟ ଓ ସମାଜରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ବିଷୟରେ ସାର ଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ଉଦ୍ୟୋକ୍ତା ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଇଆଇଟିଆନ୍ ଶ୍ରୀମାନ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା “ଆହେ ନୀଳ ଶଇଳ” ଛନ୍ଦ ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସଭା ସ୍ଥଳ ଝଙ୍କୃତ କରିଥିଲେ ଏବଂ ଅନୁଷ୍ଠାନର ଶିକ୍ଷକ ମାନସ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସୁଶ୍ରୀ ସ୍ୱାଗତିକା ପାତ୍ର, ସୁଶ୍ରୀ ଶିବାନୀ ବେହେରା, ସୁଶ୍ରୀ ସିମ୍ରନ୍ ପାତ୍ର, କ୍ରିଷ୍ଣା ବେହେରା, ଜାହ୍ନବୀ ପଣ୍ଡା, ଦେବାଶିଷ ପଣ୍ଡା, ସାଇ ଗଣେଶ ବାରିକ୍ ଏବଂ ଲିପ୍ସା ସାହୁ ଭଜନ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ଶ୍ରୀଯୁକ୍ତ କାହ୍ନୁ ମହାପାତ୍ର ଓ ସାଥୀ ସହାୟତା ପ୍ରଦାନ କରିଥିଲେ । ସ୍ଥାନୀୟ ମା ସନ୍ତୋଷି ଟେଣ୍ଟ ହାଉସ ର କାଳୁ ସାମଲ ମଞ୍ଚ ସାଜସଜ୍ଜା ରେ ସହାୟତା କରିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଏଥିରେ ସହାୟତା କରିଥିଲେ ।

ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ବୃଦ୍ଧି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅନୁଷ୍ଠାନରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆଜି ୫ଜଣ ଛାତ୍ର ଛାତ୍ରୀ ସର୍ବୋଚ୍ଚ ସ୍ଥାନ ପ୍ରାପ୍ତ କରି ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ର ସୁନାମ ବୃଦ୍ଧି କରିଥିବାରୁ ଅନୁଷ୍ଠାନ ତରଫରୁ ସେମାନଙ୍କୁ ବିଶେଷ ଧନ୍ୟବାଦ୍ ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ସୁଶ୍ରୀ ଅମ୍ରିତା କୁମାରୀ ସାହୁ ସର୍ବାଧିକ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ମଞ୍ଚ ଉପରେ ସେ ସର୍ବସମ୍ମୁଖରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ,ପିତାମାତା ଓ ମହାପ୍ରଭୁ ଜଗନ୍ନାଥଙ୍କୁ କୃତାଞ୍ଜଳି ପ୍ରଦାନ କରିଥିଲେ । ଶେଷରେ ଶାନ୍ତି ପାଠ କରାଯାଇ ସଭା କାର୍ଯ୍ୟ ସାଙ୍ଗ କରାଯାଇଥିଲା ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...