32.9 C
Balāngīr
Thursday, June 12, 2025

ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ; ରକ୍ଷା ବନ୍ଧନ ଅବସରରେ ବୌଦ୍ଧିକ ବିକାଶ ପାଇଁ ପ୍ରୟାସ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୮) : ଅଦ୍ୟ ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।WhatsApp Image 2024 08 19 at 19.17.25 ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ; ରକ୍ଷା ବନ୍ଧନ ଅବସରରେ ବୌଦ୍ଧିକ ବିକାଶ ପାଇଁ ପ୍ରୟାସ

ଏଥିରେ ସ୍ଥାନୀୟ ସମାଜ ସେବୀ ଶ୍ରୀଯୁକ୍ତ ରମାକାନ୍ତ ଦାଶ ମୁଖ୍ୟ ଅତିଥି ଓ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ସହାୟକ ଶିକ୍ଷକ ଶ୍ରୀମାନ ମାନସ କୁମାର ମହାପାତ୍ର ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ଉଦ୍ୟୋକ୍ତା ଶ୍ରୀଯୁକ୍ତ ରାମ ଗୁରୁଜୀ ଅବକ୍ଷୟ ମୁଖୀ ସମାଜର ପୁନରୁତ୍ଥାନ ପାଇଁ ଏପରି ଏକ ରକ୍ଷାବନ୍ଧନ ଭଳି ପବିତ୍ର ଦିନ ରେ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ । କାରଣ ଆଜିର ଏହି ସୁସ୍ଥ ସମାଜରେ ଶୁଦ୍ଧପୂତ ଭାବରେ ବଞ୍ଚିବାକୁ ହେଲେ କେବଳ କିଛି ବସ୍ତୁର ସ୍ଵଚ୍ଛଳତା ବା ବ୍ୟବସ୍ଥାରେ ସୁଧାର କରିଦେଲେ ଆମ ପରମ ଶାନ୍ତି ପାଇ ପାରିବା ନାହିଁ ।

କିନ୍ତୁ ଚରମ ସୁଖ ଲାଭ ପାଇଁ ପ୍ରତ୍ୟେକଙ୍କ ବୌଦ୍ଧିକ ସ୍ତରରେ ଉନ୍ନତି ଆଣିବା ନିହାତି ଜରୁରୀ । ଆଜିକାଲି ଯେପରି ମଣିଷ ମାନଙ୍କ ହୃଦୟର ମଳିନତା ବୃଦ୍ଧି ପାଉଛି , ପ୍ରତ୍ୟେକଙ୍କ ମନରେ ହିଂସାତ୍ମକ ପ୍ରବୃତ୍ତି ଦେଖିବାକୁ ମିଳୁଛି ଏବଂ ସଭିଙ୍କର ବୁଦ୍ଧି ସେହିପରି ଅପବିତ୍ର ହେବାରେ ଲାଗିଛି । ଅତଃ ଆଜିର ଏହି ନୂତନ ପିଢ଼ିର ଛାତ୍ରଛାତ୍ରୀ ମାନଙ୍କ ମନରେ ରାଷ୍ଟ୍ର ଭକ୍ତି ଭାବର ଉଦ୍ରେକ ପାଇଁ ଅନୁଷ୍ଠାନ ଦ୍ଵାରା ରକ୍ଷାବନ୍ଧନ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଠାରେ ଉପସ୍ଥିତ ପ୍ରତ୍ୟେକ ଛାତ୍ରଛାତ୍ରୀ ପରସ୍ପରକୁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇବା ସହିତ ସାମାଜିକ ଭାବଧାରା ର ବୃଦ୍ଧି ପାଇଁ ନଗରରେ ବୁଲିବୁଲି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନ ଯଥା ଥାନା , ଡାକ୍ତରଖାନା ଓ ଡାକ ଘର ର କର୍ମକର୍ତ୍ତା ମାନଙ୍କୁ ଛାତ୍ରଛାତ୍ରୀ ମାନେ ରାକ୍ଷୀ ବାନ୍ଧିଥିଲେ ।

ଶେଷରେ ନିକଟସ୍ତ ଭୂତ ସର୍ସିଙ୍ଗି ଗ୍ରାମରେ ଥିବା ସୁଭଦ୍ରା ବୃଦ୍ଧ ବୃଦ୍ଧା ଆଶ୍ରମରେ ପହଞ୍ଚି ଅନ୍ତେବାସୀ ମାନଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀ ମାନେ ପ୍ରୟାସ କରିଥିଲେ । ଅନ୍ତେବାସୀମାନଙ୍କର ଶାରୀରିକ ଅବସ୍ଥା କଥା ଅନୁଷ୍ଠାନର ଫାର୍ମାସିଷ୍ଟ ଛାତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ଦାଶ ବୁଝିଥିଲେ । ଜରାଶ୍ରମରେ ରହୁଥିବା ଅନ୍ତେବାସୀ ମାନଙ୍କ ଠାରେ ବହୁଳ ଭାବରେ କ୍ୟାଲସିୟମ, ଭିଟାମିନ B complex ଭଳି ପୋଷଣର ଅଭାବ ଥିବା ସେ ଦର୍ଶାଇଥିଲେ । ପରବର୍ତ୍ତୀ ସମୟରେ ଅନ୍ତେବାସୀ ମାନଙ୍କର ସୁସ୍ଥ ନିରାମୟ ଜୀବନ ଯାପନ ପାଇଁ ଛାତ୍ରଛାତ୍ରୀ ମାନେ ହରେକୃଷ୍ଣ ହରେରାମ ମହାମନ୍ତ୍ର ଭଜନ ସହ ତ୍ରିବାର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ । ଅନୁଷ୍ଠାନ ତରଫରୁ ସମସ୍ତ ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ସହ କିଛି ଫଳମୂଳ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଶିକ୍ଷକ ରାମ ଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...