ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୨) : ଗତ କାଲି ଅପରାହ୍ନରେ ଶ୍ରୀରାମ ଡିଗ୍ରୀ କଲେଜର ୯ ମ ବାର୍ଷିକ ଉତ୍ସବ ତଥା ରଘୁନାଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
କଲେଜ ର ଅଧ୍ୟକ୍ଷ ପ୍ରଶାନ୍ତ ବନପାଲି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ବିଜୟ କୁମାର ଦାସ ସମ୍ମାନିତ ଅତିଥିଭାବେ ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ସମ୍ମାନିତ ଅତିଥିଭାବେ ବିଡ଼ିଓ ଡମ୍ବୁରୁ ଧର ମଲ୍ଲିକ ଯୋଗ ଦେଇଥିଲେ । ଶ୍ରୀରାମ ଡିଗ୍ରୀ କଲେଜ ଏହି କାଶୀନଗର ଅଞ୍ଚଳ ରେ ଯୁବ ଛାତ୍ର ଙ୍କ ଚାହିଦା ପୂରଣ କରିବା ସହ ୮୩% କଳା ରେ ୮୭% ବିଜ୍ଞାନ ରେ ଭଲ ଫଳ ପ୍ରଦର୍ଶନ କରି ଆଗକୁ ବଢ଼ି ଚାଲିଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ । ଅତିଥିମାନେ ପ୍ରଥମେ ରଘୁନାଥ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ପରେ ଏନସିସି କ୍ୟାଡଟ ମାବେ ଅତିଥି ମାନଙ୍କୁ ସ୍ୱାଗତ କରି ନେଇଥିଲେ । ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କଲେଜ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ । ରାତ୍ର ୯ ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବହୂ ଦୂରରୁ ଆସିଥିବା ଛାତ୍ର ଛାତ୍ରୀ ନିଜ ଗନ୍ତବ୍ୟ ସ୍ଥଳ କୁ ଯିବା ରେ ଅସୁବିଧା ହୋଇଥିଲା ।