ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୩) : କାଶୀନଗର ସହର ରେ ଥିବା ଶ୍ରୀରାମ ଡିଗ୍ରୀ କଲେଜ ରେ ଏକ ବିଦାୟ କାକିନ ସଭା ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କଲେଜ ରେ ଫିଜିକ୍ସ ବିଭାଗ ର ଲେବ ଆଟେଣ୍ଡାଣ୍ଟ ଭାବେ ଶ୍ରୀ ଗଣେଶ ନାୟକ ଦୀର୍ଘ ୧୫ ବର୍ଷ କାର୍ଯ୍ୟ କରି ଆଜି ସେ ଅବସର ନେଇଥିବାରୁ ଏନେଇ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ବନପାଲି ଙ୍କ ନେତୃତ୍ୱ ରେ ଏକ ଅବସର ବିଦାୟ ସଭା ଆୟୋଜନ ହୋଇଛି । କାଶୀନଗର ବ୍ରାହ୍ମଣ ସାହି ବାସିନ୍ଧା ଗଣେଶ ଙ୍କ ବଡ଼ ଭାଇ ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ । ଶ୍ରୀ ନାୟକ ଙ୍କ କାର୍ଯ୍ୟ ସମୟ ରେ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସହ ଛାତ୍ର ଛାତ୍ରୀ ମାନଙ୍କ ଗହଣ ରେ ବେଶ କୌତୁକ ରେ କାର୍ଯ୍ୟ କରିଥିବାରୁ କଲେଜ ତରଫରୁ ତାଙ୍କୁ ମାନପତ୍ର, ଉପଢୌକନ ଦିଆଯାଇଛି । ଏନସିସି ଲେଫ୍ଟଟେଣ୍ଟ ପଡଲା ଭେଙ୍କଟ ରାଓ ଧନ୍ୟବାଦ ଅର୍ପଣ କରାଯାଇଛି । ଟଙ୍କା ଅବସର ସମୟ ଭଲ ରେ କଟୁ ବୋଲି ଆଶା ବ୍ୟକ୍ତ କରାଯାଇଛି ।