ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୭/୧) : କାଶୀନଗର ସହର ରେ ଥିବା ଶ୍ରୀରାମ ଡିଗ୍ରୀ କଲେଜ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହେଉଛି ।
ଶ୍ରୀରାମ ଡିଗ୍ରୀ କ୍ଷଲେଜ ର ବାର୍ଷିକ କ୍ରୀଡା ଉତ୍ସବ କୁ ବିଫି ଡମ୍ବୁରୁ ଧର ମଳିକ ଉଦଘାଟନ କରିଥିଲେ । କ୍ରୀଡା ପତାକାକୁ ଉତ୍ତଳନ କରି ବାର୍ଷିକ କ୍ରୀଡା କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ବନପାଲି, କ୍ରୀଡା ଅଧ୍ୟାପକ ରାମ ଚନ୍ଦ୍ର ବେହେରା ସଭାପତି ଭେଙ୍କଟ ରାଓ ଓ କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ । ଶ୍ରୀରାମ ମନ୍ଦିର ରୁ ଖେଳ ମଶାଲ ନିଆଯାଇଥିଲା । ବହୂ ଛାତ୍ର ଛାତ୍ରୀ ଏହି ଖେଳ କୁଦ ରେ ଯୋଗ ଦେଇଥିଲେ ।