ମୁନିଗୁଡ଼ା, (୩୦/୩) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହରରେ ଆସନ୍ତା ୬ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଭବ୍ୟ ଶ୍ରୀରାମ ନବମୀ ଉତ୍ସବ ପାଇଁ ଆଜି ବ୍ରାହ୍ମ ମୁହୂର୍ତ୍ତରେ ବଜରଙ୍ଗ ବାଲି ପୀଠରେ ବୈଦିକ ପଣ୍ଡିତ ନିକୁଞ୍ଜ ଶତପଥୀଙ୍କ ସହାୟତାରେ ଧ୍ଵଜ ପୂଜା ଓ ନିମନ୍ତ୍ରଣ ଅନକୁଳ ବିଧି ବିଧାନ ଅନୁସାରେ ଅନୁଷ୍ଠିତ ହୋଇଯାଇଛି ।
ବଜରଙ୍ଗ ଦଳ ପ୍ରମୁଖ ଶ୍ୱେତ ଦାସ,ସହ ପ୍ରମୁଖ ସୁନ୍ଦର ରାଜୁଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରଭାତରେ ସମାପନ ହେବା ପରେ ସର୍ବ ପ୍ରଥମେ ନିମନ୍ତ୍ରଣ ପତ୍ର ମନ୍ଦିରକୁ ପଠା ଯାଇଥିଲା।ପରେ ବଜରଙ୍ଗ କର୍ମୀମାନେ ମୁନିଗୁଡ଼ା ଥାନା ଅଧିକାରୀଣୀ ଶ୍ରୀମତୀ ସୌଦାମିନୀ ବେହେରା ଏବଂ ମୁନିଗୁଡାର ବାଣ୍ଟିବା ଆରମ୍ଭ କରିଥିଲେ । ମୁନିଗୁଡ଼ା ନଗରୀକୁ ଅଯୋଧ୍ୟା ନଗରୀ ଭଳି ସଜ୍ଜିତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ବଜରଙ୍ଗି ପତାକା ଏବଂ ବିଭିନ୍ନ ବ୍ୟାନର ମାରୁଥିବା ଦେଖିବାକୁ ମିଳୁଥିଲା । ଶ୍ରୀରାମ ନବମୀ ଶୋଭାଯାତ୍ରା ପୂର୍ବରୁ ସହରର ସାଜ ସଜ୍ଜା ଜୋରଦାର ଚାଲିଥିବା ବେଳେ ଘର ଘର ବୁଲି ନିମନ୍ତ୍ରଣ ବାଣ୍ଟିବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ବୋଲି ବଜରଙ୍ଗ ଦଳ ପ୍ରମୁଖ ଶ୍ୱେତ ଦାସ ପ୍ରକାଶ କରିଥିଲେ ।
ସହର ମଧ୍ୟରେ ପତାକା ବାନ୍ଧିବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମ ବେହେରା,ଭୀମ ବେହେରା,ସୁବାସ ଗୌଡ଼,ମନୋଜ ସାହୁ,ମହେଶ ଭାଇ,ବାବୁଲି ମାଝୀ,ଦୀପକ ନାୟକ,ରାଜେଶ ପାତ୍ର ପ୍ରମୁଖ ଅନେକ କର୍ମୀ ସାମିଲ ଥିବା ଦେଖିବାକୁ ମିଳିଛି । ଏହି କାମରେ ସେମାନଙ୍କୁ ସୁଧାକର ମହାରଣା,ମନୋଜ ପାତ୍ର,ଆନନ୍ଦ ଚୌଧୁରୀ ପ୍ରମୁଖ ଅନେକ ଗ୍ରାମବାସୀ ସହାୟତା କରୁଥିଲେ ।