32.9 C
Balāngīr
Sunday, July 20, 2025

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ର ତୃତୀୟ ଦିବସ

Must read

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ତା.(୧୮/୧୧) : ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ତେଲିବନ୍ଧ ଗ୍ରାମରେ ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ର ତୃତୀୟ ଦିନ ରେ ପାରାୟଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରାୟଣ ଗାୟିକା ଦେବସ୍ମିତା ମହାପାତ୍ରଙ୍କ ଦ୍ଵାରା ସୁନ୍ଦରା କାଣ୍ଡ ପଠନ କରାଯାଇଥିଲା ।

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ର ତୃତୀୟ ଦିବସ ରେ ବହୁ ସଂଖ୍ୟା ରେ ରାମ ପିପାସୁ ଭକ୍ତ ମାନେ ଯୋଗ ଦେଇଥିଲେ । ଦିନ ୧୦ ଟା ସମୟରେ ରୋପ୍ କ୍ଳବ ଦ୍ଵାରା ରକ୍ତ ଦାନ ଶିବିର ଆରମ୍ଭ ହୋଇଥିଲା । ରକ୍ତଦାନ ଶିବିର ରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଦାତା ମାନଙ୍କ ମଧ୍ୟରେ ୧୫ ଜଣ ମହିଳା ସାମିଲ୍ ଥିଲେ ।

କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜ଼ିଲ୍ଲା ଜୀବନ ବିନ୍ଦୁ ଓ ଓଡିଶା ମୋ-ପରିବାର ର ଜ଼ିଲ୍ଲା ସଂଯୋଜକ ତଥା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଳିକ, ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ୍ ପୁରୋହିତ, ଜ଼ିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଜସ୍ମିନ ପ୍ରଧାନ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ବଘିଆପଡା ସରପଞ୍ଚ ସୈଲେନ୍ଦ୍ରି ମହାକୁଡ, ତେଲିବନ୍ଧ ସରପଞ୍ଚ ନଳିନୀ ପଲିଆ, ତାଳସରଡା ସମିତି ସଭ୍ୟା ରିତାଞ୍ଜଲି ମହାକୁଡ଼, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର (ଜିତୁ), ବାମୁଣ୍ଡା ସରପଞ୍ଚ ଲଳିତ ଥାଟୀ, ପୂର୍ବତନ ସରପଞ୍ଚ ସରସରା ଅରୁଣ ପ୍ରଧାନ, ତେଲିବନ୍ଧ ପୂର୍ବତନ ସରପଞ୍ଚ ଭୋଳା ଗିରି ସାହୁ, ସହଦେବ ବେଜି, ତ୍ରିପୁର୍ ମହାକୁଡ, ମୁଣ୍ଡି ପଦର ପୁର୍ବତନ ସରପଞ୍ଚ ମହେନ୍ଦ୍ର ପ୍ରଧାନ |

ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ପ୍ରଧାନ, ସମାଜ ସେବୀ ହରିହର ପ୍ରଧାନ, ସୁଜିତ ପ୍ରଧାନ, ଶିକ୍ଷକ ପ୍ରମୋଦ ପ୍ରଧାନ, ହିତେନ୍ଦ୍ର ମେନ୍ଦୁଲି, ଗୟାଧର ମହାକୁଡ଼, ଅଜିତ ମହାକୁଡ଼, ହରିଶ ସାହୁ, ମାନଗୋବିନ୍ଦ ପ୍ରଧାନ, ସିକୁନ୍ ପ୍ରଧାନ୍, ବିଭୁ ପ୍ରସାଦ ସାହୁ, ଗିରିଶ ସାହୁ, ବାବୁ ହୋତା, ଉମେଶ ସାହୁ, ଲମ୍ବଦୋର ହୋତା, ଗୋବିନ୍ଦ ଭଞ୍ଜ, ସଂଜୀବ ହୋତା, ପ୍ରମିଲ୍ ପ୍ରଧାନ ପ୍ରମୁଖ ରୋପ୍ କ୍ଳବ ର ସଦସ୍ୟ ମାନେ ସାହାଯ୍ୟ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...