ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୧/୦୨) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ)ପଞ୍ଚାୟତର ମଖାପାଳି ଗ୍ରାମରେ ଶ୍ରୀଶ୍ରୀ ରାଧାକୃଷ୍ଣ ପ୍ରହରୀ ମଣ୍ଡପ ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।
ପୂଜକ ଭାବେ ପ୍ରକାଶ ଦାସ,କାଶୀନାଥ ଦାସ, ସ୍ଵାଧୀନ ରଂଜନ ଦାସ, ଶୁଭମ୍ ରଂଜନ ଦାସ, ସୁବାସ ଶତପଥି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ବିଷ୍ଣୁ ପ୍ରସାଦ ସାହୁ ଓ ତାଙ୍କ ସହଧର୍ମିଣୀ ବୀଣାପାଣି ସାହୁ, ଧନମାଲି ସାହୁ , ନିୟତି ସାହୁ,ସନମତ ସାହୁ,ମିଥିଲା ସାହୁ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । ସ୍ୱତନ୍ତ୍ର ଅତିଥି ଭାବରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା,ଗିରିଧାରୀ ସାହୁ,ବିଭିଷଣ ମହାନନ୍ଦ,ବିଜୟ କିଷାନ,ଉମେଶ ସିଂ ବର୍ମା ପ୍ରମୁଖ ଯୋଗଦେଇଥିଲେ । ଶ୍ରୀଯୁକ୍ତ ସାଲୁଜା ବିଧାୟକ ଥିବା ସମୟରେ ବିଧାୟକ ପାଣ୍ଠିରୁ ପ୍ରହରୀ ମଣ୍ଡପ କାମ ଆରମ୍ଭ ହୋଇ ଆଜି ଗୋଟିଏ ସୁନ୍ଦର୍ ମନ୍ଦିର ତିଆରି କରିପାରିଥିବାରୁ ମଖାପାଳି ଗ୍ରାମବାସୀଙ୍କୁ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କେଶବ ସାହୁ,ଭ୍ରମର ସାହୁ,ପିତାମ୍ବର ସାହୁ,ରଘୁନାଥ ବନଛୋର,କଦମ ଭୋଇ, ସତ୍ୟନାରାୟଣ ସାହୁ,ସୁଧିର ସାହୁ, ଦୈତାରି ସାହୁ, ଅଗସ୍ତି ସାହୁ,ପ୍ରମାନନ୍ଦ ସାହୁ,କେଲୁରାମ ସାହୁ,ଶୁକଲ ସାହୁ, ଦେବେନ୍ଦ୍ର ସାହୁ,ଦିଲେଶ୍ଵର ସାହୁ,ରାମପ୍ରସାଦ ସାହୁ , ନିତ୍ୟ ସାହୁ ସମେତ ସମସ୍ତ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ ।