ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୭/୧) : ମୁରିବାହାଲ ବ୍ଲକ ଇଛାପଡା ପଞ୍ଚାୟତ ଅନ୍ତର୍ଲା ସ୍ଥିତ ଆଶା ମିଲେଟ ପ୍ରଡୁସର କମ୍ପାନୀ କାର୍ଯ୍ୟାଳୟ ଠାରେ ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇଯାଇଛି ।
ମୁଖ୍ୟ ଅଥିତି ଭାବେ ଜିଲ୍ଲାପାଳ ଗୌରବ ଶିବାଜୀ ଈଶାଲ୍ୱାର ମାଣ୍ଡିଆ ମଣ୍ଡି ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଏସପି ରିଷିକେଶ ଖିଲାରି ଦ୍ୟାନଦେଓ, ବ୍ଲକ ଅଧକ୍ଷ ହରିବନ୍ଧୁ ମେହେର, ସ୍କିମ ଅଫିସର , ଶ୍ରୀମତୀ ସୁନନ୍ଦା ସାହୁ, ସୁଧାକର ନନ୍ଦ, ଏଡିଓ ବାଳକୃଷ୍ଣ ଗଉଡ଼, ତିଡ଼ିସିସି ଵିଏମ ଶୈଳେଶ ସାହୁ, ଵିଏଓ ଆନନ୍ଦ କୁମାର ମଲ୍ଲିକ,ଏଏଓ ଅଭିନାଶ ପାଣିଗ୍ରାହୀ ଗୁଲସନ କୁମାର ମହନ୍ତ, ଭିଏଡବ୍ଲୁ ଜିତେନ୍ଦ୍ର ମେହେର,ୱାସନ ଡିପିସି ଯଶୋବନ୍ତ ନାୟକ, ୟାପି ଅର୍ପଣ ଭତ୍ତାଚାର୍ଯ୍ୟ, ଇଛାପଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁକାନ୍ତି ବେହେରା, ଚଲକି ସରପଞ୍ଚ ମମତା ଭୋଇ, ଆଶା ସମ୍ପାଦକ ଭାସ୍କର ସାହୁ,ବ୍ଲକ କୋରଡିନେଟର ଲଳିତ ମୋହନ ବାଗ, ଏମପିସିଲ ନିର୍ଦ୍ଧେସିକା ଶ୍ରୀମତୀ ମୁକ୍ତା ଦେଇ ମାଝୀ, ଯଶୋଦା ଭୁଏ ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନ ଦିବସରେ ଏଫଏକ୍ଯୁ ମାନର ମାଣ୍ଡିଆ ୧୦ ଗୋଟି ଚାଷୀଙ୍କ ଠାରୁ ୫୦ କ୍ୱିଣ୍ଟାଲ କ୍ରୟ କରା ଯାଇଥିଲା । ପ୍ରତି ସୋମବାର ଦିନ ଚାଷୀମାନେ ଅନ୍ତର୍ଲା ସ୍ଥିତ ଏମପିସିଏଲ ମାଣ୍ଡିଆ କ୍ରୟକେନ୍ଦ୍ରରେ କ୍ୱିଣ୍ଟାଲ ପ୍ରତି ଟ. ୪୫୦୦ରେ ବିକ୍ରୟ କରି ପାରିବେ ବୋଲି ଚାଷୀଙ୍କୁ ସଚେତନ କରାଯାଇଥିଲା ।