ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୨) : ପବିତ୍ର ମହା ଶିବରାତ୍ରୀ ଅବସରରେ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୋନପୁର ର ପ୍ରସିଦ୍ଧ ଶ୍ରୀ ରାମେଶ୍ବର ଶୈବପୀଠ ଠାରେ ଆଜି ଏକ ସାମୂହିକ ବ୍ରତୋପନୟନ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି ।
ଦୀର୍ଘ ୩୬ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ଓ ତଦାରଖର ଦାୟିତ୍ୱ ସୋନପୁରର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ତାଙ୍କ ଧର୍ମ ପତ୍ନୀ ମୈଥିଳୀ ମଲ୍ଲିକ ନେଇ ଆସୁଛନ୍ତି । ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର ୧୦/୧୧ ଜଣ ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଏ ବର୍ଷ ୨୦୨୫ ରେ ୧୨ ଜଣ ବାଳକଙ୍କୁ ସାମୂହିକ ବ୍ରତ କରାଯାଇଛି । ପୁରୀ ଶ୍ରୀ ରାମଜୀ ମଠ ର ମହନ୍ତ ବଂଶୀଧର ଦାଶ ଜୀ ମହାରାଜ ଯୋଗଦେଇ ଏହି ବାଳବ୍ରହ୍ମଚାରୀଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରି ‘ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୂହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ
ବୋଲି ମତ ରଖି ଏହି ଉତ୍ସବର ଆୟୋଜକ ଶ୍ରୀ ମଲ୍ଲିକଙ୍କ ବଦାନ୍ୟତା ଓ ମହାନତାକୁ ପ୍ରଶଂସା କରିଥିଲେ । ଓଡ଼ିଶା ହାଇକୋର୍ଟ ର ପ୍ରାକ୍ତନ ବିଚାରପତି ଚିତ୍ତ ରଞ୍ଜନ ଦାଶ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଜ ରଞ୍ଜନ ଦାଶ, ଅଗ୍ନିଶମ ବାହିନୀ ଅଧିକାରୀ, ନୂତନ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସମେତ ସହର ତଥା ଜିଲ୍ଲା ର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏଠାରେ ଯୋଗଦାନ କରି ବାଳ ବ୍ରହ୍ମଚାରୀମାନଙ୍କୁ ଆଶୀର୍ବାଦ କରି ସାମୁହିକ ପ୍ରସାଦ ସେବନ କରିଥିଲେ ।
ପଣ୍ତିତ ବେଦ ବ୍ୟାସ ମିଶ୍ର, କାଳୀ ଚରଣ ମିଶ୍ର, ଆଶିଷ କୁମାର ମିଶ୍ର, ରାମା ନୂଜ ପୁଝାରୀ, ଆନନ୍ଦ ପୁଜାରୀ, ବିଦେଶୀ ବାବୁ, ବାସୁଦେବ ଶତପଥି, ନୀଳମଣି ଓତା, ଟଙ୍କଧର ମିଶ୍ର, ରାଧେଶ୍ୟାମ ପୁରୋହିତ ପ୍ରମୂଖ ପଣ୍ଡିତ ଏହି ବ୍ରତୋପନୟନ ଯଜ୍ଞ ର ଦାୟିତ୍ବ ତୁଲାଇ ଥିବା ବେଳେ ନାରାୟଣପୁର ର ରୋହନ ଶତପଥି, ରୋସନ ଶତପଥି, ରାଜପାଲି ବିନିକା ର ସମୀର ମିଶ୍ର, ଧନୁପାଲି ସମ୍ବଲପୁର ର ଚନ୍ଦନ ମିଶ୍ର, ବୁର୍ଲା ର ରୁଦ୍ର ନାରାୟଣ ମିଶ୍ର, ପଥରଟେକା ତରଭା ର ଶ୍ରୀତମ ମିଶ୍ର, ସାହାଜ୍ବାହାଲ ବଲାଙ୍ଗିର ର ପ୍ରିୟ ବ୍ରତ ପାଣିଗ୍ରାହୀ , ତରଭା ର ରଞ୍ଜିତ ପଣ୍ଡା, ବଲାଙ୍ଗିର ର ଦିଲ୍ଲୀପ କୁମାର ଷଡଙ୍ଗୀ ଓ ରାମେଶ୍ବର କର, ଲୋଇସିଂହା ର ଆଶିଷ ତିୱାରୀ ଓ ସଇଁତଳା ର ଆନନ୍ଦ ତିୱାରୀ ପ୍ରମୁଖ ୧୨ ଜଣ ବ୍ରାହ୍ମଣ ବ୍ରତ ଧାରୀ ଏହି ଯଜ୍ଞ ଉତ୍ସବ ରେ ସାମିଲ ରହିଥିବା ବିଷୟ ଆୟୋଜକ ଶ୍ରୀବତ୍ସ ମଲ୍ଲିକ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ତଥା ଅତିଥି ସେବା ରେ ସମାଜ ସେବୀ ବୈକୁଣ୍ଠ ଶତପଥି, ମନୋରଞ୍ଜନ ତ୍ରୀପାଠୀ , ସଞ୍ଜୟ ସାହୁ, ଜୟ କୁମାର ମହଲା, ପ୍ରହଲ୍ଲାଦ ମଲ୍ଲିକ, ସାମ୍ୱାଦିକ ରଞ୍ଜନ ବାରିକ, କୋଶଳ ଆବାସିକ ବିଦ୍ୟାଳୟ ର ଛାତ୍ର ପ୍ରମୁଖ ସହଯୋଗ କରିଥିଲେ l