ପୁରୁଷୋତ୍ତମପୁର, (୨୯/୦୪) : ଆପ୍ର. : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଭାଟକୁମରଡା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅଞ୍ଚଳର ବହୁ ବ୍ରାହ୍ମଣ ସମାଜର ବହୁ ସଦସ୍ୟ କର୍ମକର୍ତା ମାନେ ଯୋଗଦେଇଥିଲେ । ପ୍ରଥମେ ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ସଦସ୍ୟ ମାନେ ମନୋନୀତ ହୋଇଥିବା ସମରେନ୍ଦୁ ଦାଶ , ସୁରେନ୍ଦ୍ର ଚନ୍ଦ୍ର ଦାଶ , ବିଜୟ ଚନ୍ଦ ଦାଶ ଓ ସୁବଳ ସାମନ୍ତରା ୧୯ ଜଣ ସଦସ୍ୟ ଓ କର୍ମକର୍ତା ମାନଙ୍କୁ ନେଇ ନିର୍ବାଚନୀ କରାଯାଇଥିଲା ।
ଏଥିରେ ମନୋନୀତ ହୋଇଥିବା ଉପଦେଷ୍ଟା ଭାବେ ସମରେନ୍ଦୁ ଦାଶ ,ସଭାପତି ଭାବେ ସୁରେନ୍ଦ୍ର ଚନ୍ଦ୍ର ଦାଶ, ଉପସଭାପତି ଶିବରାମ ଦାଶ , ଶୈଳନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ସୁନିଲ କୁମାର ଦାଶ (କାଳିଆ), ସମ୍ପାଦକ ବିମଲ କୁମାର ଦାଶ, ସଂଯୋଜକ ଦିଲିପ କୁମାର ଦାଶ, କୈଳାସ ଚନ୍ଦ୍ର ପଣ୍ଡା ,ସହସଂଯୋଜକ ପ୍ରତାପ କୁମାର ଦାଶ, ମନୋନୀତ ହୋଇଥିଲେ । ପରେ ସମସ୍ତ ସଦସ୍ୟମାନେ ଶପଥ ପାଠ କରିବା ସହ କିପରି ଆଗକୁ ସମସ୍ତ ବ୍ରାହ୍ମଣ ସମାଜର ଭାଇଚାର ବଜାଇ ରଖିବା ସହ ସମାଜରେ ସନାତନ ଧର୍ମକୁ ବାଯାଇରଖିବା ।
ଆଗାମୀ ଦିନରେ ବ୍ରାହ୍ମଣ ସମାଜର ରହିଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ କିପରି ସେ ସବୁ ସମାଧାନ ହେବ ଆଲୋଚନା କରାଯାଇଥିଲା । ପୁର୍ବରୁ ରହିଯାଇଥିବା ସମାଜର ସମସ୍ୟା ସରକାରଙ୍କ ନିକଟରେ ଦାବି ଉପସପାନ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏଥିରେ ରାମକୃଷ୍ଣ ପଣ୍ଡା ,ଭାସ୍କର ଦାଶ ,ବାବୁଲା ପଣ୍ଡା ,ପ୍ରମାଦ କୁମାର ଦାଶ , ନୟନ ପାଣିଗ୍ରାହୀ , ପ୍ରସନ୍ନ ଦାଶ , ପ୍ରଫୁଲ ପଣ୍ଡା , ବଳରାମ ପଣ୍ଡା ଙ୍କ ସମେତ ଅଞ୍ଚଳର ବହୁ ବ୍ରାହ୍ମଣ ସମାଜର। କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ ।