କାଶୀନଗର, (୨୩/୬) : ଆପ୍ର. : ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ର କିଣିଗାଁ ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l
ଏହି ଶୁଣାଣି ରେ ଜିଲ୍ଲାପାଳ ବିଜୟ କୁମାର ଦାସ ଏସ ପି. ଜିତେନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ପି ଡି ଡି ଆର ଡି ଏ ସରପଞ୍ଚ କିଣିଗାଁ ସମିତିସଭ୍ୟ ଶ୍ରୀଧର ଯୋଗ ଦେଇଥିଲେ l ମେଗା ଲିଫ୍ଟ ଦ୍ୱାରା ଓଡିଶା ଚାଷୀ ବଦଳ ରେ ଆନ୍ଧ୍ର ମୁନଫା ଉଠାଉଥିବା ଅଭିଯୋଗ ହୋଇଛି l ଏତଦ ବ୍ୟତୀତ କିଣିଗାଁ ଭେଙ୍କାଟାପୁର ଦେଇ ନୀଳପୁର କୁବିମିଶାଇ ରାଜ୍ୟ ସଡକ ପଥ କୁ ସଂଯୋଗ କରିବା, କାଶୀନଗର ଖଳସୀ ମାନଙ୍କ ପାଇଁ ବିଶ୍ରାମ ଗୃହ ଯୋଗାଇ ଦେବା ଆଦି ବିଭିନ୍ନ ପ୍ରକାର ସାମୁହିକ ଓ ବ୍ୟକ୍ତିଗତ ଦାବୀ ମଧ୍ୟ ଜିଲ୍ଲାପାଳ ଶୁଣିଛନ୍ତି l