32.9 C
Balāngīr
Wednesday, April 23, 2025

ସଂସ୍କୃତିର ବାର୍ତ୍ତାବହ ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ – ୨୦୨୫ ଉଦଯାପିତ : ଲୋକକଳା ଓ ଲୋକସଂସ୍କୃତି ଆମର ଗର୍ବ ଓ ଗୌରବ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୧) : ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ୫ ଦିନ ଧରି ଚାଲିଥିବା ସଂସ୍କୃତିର ବାର୍ତ୍ତାବହ ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫ ଓ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ତଥା ସୁବର୍ଣ୍ଣ ଫୁଡ ଫେଷ୍ଟ ଶୁକ୍ରବାର ବିଳମ୍ବତ ରାତିରେ ଉଦ୍‌ଯାପିତ ହୋଇଯାଇଛି ।

ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ଏସ୍‌ପି ରାମ ପ୍ରସାଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ଉପଜିଲାପାଳ ଡ. ସୌମ୍ୟରୂପା ରଥ ପ୍ରମୁଖ ଯୋଗ ଦେଇଥିଲେ । ଲୋକକଳା ଓ ଲୋକସଂସ୍କୃତି ଆମର ଗର୍ବ ଓ ଗୌରବର ପ୍ରତୀକ। ସୁବର୍ଣ୍ଣପୁରର ମାଟି ସଂସ୍କୃତିର ମାଟି କହିବା ସହିତ ଜିଲ୍ଲାର ପୁରାତନ ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ଜିଲ୍ଲାପାଳ ତଥା ଅଧ୍ୟକ୍ଷା ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ଶ୍ରୀମତୀ ଦାସ । ସ୍ୱର୍ଗତ ଫକୀର ପଟ୍ଟନାୟକ ଏ ମାଟିର ଗର୍ବ ବୋଲି ଅନ୍ୟ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ସଭା ମଞ୍ଚକୁ ପୂର୍ଣ୍ଣଚନ୍ଦ୍ର ପାଢୀ ପରିଚାଳନା କରିଥିଲେ ।

ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ, ସମ୍ବଲପୁରୀ, ଜାମୁଡାଲି, ଫେଶନ ସୋ, କରମସାନୀ ନୃତ୍ୟ ଏବଂ ମଣିପୁର ଓ ହରିୟାନାର ଲୋକ ନୃତ୍ୟ ତଥା ପୁରୀ ମାଲଖମ୍ବ ର କଳାକାରଙ୍କ କଳା ପ୍ରଦର୍ଶନରେ ଦର୍ଶକ ଝୁମିଥିଲେ । ଜିଲ୍ଲା ମହୋତ୍ସବ ମାଧ୍ୟମରେ ଲୁପ୍ତପ୍ରାୟ ସଂସ୍କୃତି, ପାରମ୍ପରିକ ଲୋକସଙ୍ଗୀତ ଓ ଲୋକନୃତ୍ୟର ପ୍ରଚାରପ୍ରସାର ପାଇଁ ଉଦ୍ୟମ ହୋଇଥାଏ ଏବଂ ଜନସାଧାରଣ ଏହି ମହୋତ୍ସବ ମାଧ୍ୟମରେ ସେହି ଲୁପ୍ତ ପ୍ରାୟ କଳା, ସଂସ୍କୃତି ତଥା ନୃତ୍ୟ ସଂଗୀତକୁ ଉପଭୋଗ କରିବା ସହ ଗୌରବ ଓ ଗରିମାକୁ ଆଗାମୀ ପୀଢ଼ିକୁ ଅନୁସରଣ ପାଇଁ ଉତ୍ସାହିତ କରିଥାଏ ।

ପାଞ୍ଚ ଦିନ ଧରି ଚାଲିଥିବା ଏହି ମେଳରେ ଜିଲ୍ଲାର କୋଣ ଅନୁକୋଣରୁ ସବୁ ବର୍ଗର ଜନସାଧାରଣ ସମ୍ମିଳିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ଜିଲ୍ଲା ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ପାରମ୍ପରିକ ଖାଦ୍ୟ ସହ ରାଜ୍ୟ ବାହାରର ସୁସ୍ବାଦୁ ଖାଦ୍ୟର ସ୍ୱତନ୍ତ୍ର ଭାବେ ଖୋଲା ଯାଇଥିବା ସୁବର୍ଣ୍ଣ ଫୁଡ ଫେଷ୍ଟ ଷ୍ଟଲରେ ଖାଦ୍ୟର ମଜା ନେଇଥିଲେ । ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ଷ୍ଟଲ ଗୁଡିକୁ ଓରମାସ ତରଫରୁ ପୁରସ୍କୃତ କରାଯାଇଥିଲା । ଏହି ମେଳା ଅବସରରେ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟବସାୟ କାରବାର ହୋଇଥିବା ଓରମାସ ତରଫରୁ ସୂଚୀତ କରାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...