ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୦୭/୦୧) : ଶୀତୁଆ ସକାଳରେ ନିଆଁ ପୋଉଁଥିଲେ ସ୍ୱାମୀସ୍ତ୍ରୀ । ଏହି ସମୟରେ ଘଟିଲା ଅଘଟଣ । ଅସାବଧାନତାବଶଃତ ହଠାତ୍ ସ୍ୱାମୀଙ୍କ ଶରୀରରେ ଲାଗିଗଲା ନିଆଁ ।
ସକାଳୁ ସକାଳୁ ନିଆଁ ପୋଉଁଥିଲେ ଦମ୍ପତି, ଜଳିଗଲେ ସ୍ୱାମୀ । ଦେଖୁଦେଖୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଲେ ସ୍ୱାମୀ । ଏପରି ଏକ ଅଘଟଣ ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇର ଖଣ୍ଡପାଟ ଗାଁରେ ଘଟିଛି । ଆଜି ସକାଳେ ଖଣ୍ଡପାଟ ଗାଁରେ ଉଭୟ ପତିପତ୍ନୀ ନିଆଁ ପୁଉଁଥିଲେ । ଏହି ସମୟରେ ହଠାତ୍ ସ୍ୱାମୀଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା । ଦେଖୁଦେଖୁ ସେ ଜଳିବାକୁ ଲାଗିଥିଲେ । ଏହାଦେଖି ପତ୍ନୀ ଚିତ୍କାର କରିବାକୁ ଗାଁ ଲୋକେ ପହଞ୍ଚି ବ୍ୟକ୍ତିଙ୍କ ଶରୀରରୁ ନିଆଁକୁ ଲିଭାଇଲେ । ଏହାପରେ ତୁରନ୍ତ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।