32.9 C
Balāngīr
Thursday, July 10, 2025

ସଚେତନତା ହିଁ ଅପରାଧ ମୁକ୍ତି ର ସୁରକ୍ଷା କବଚ

Must read

ସୁବର୍ଣ୍ଣପୁର, (୨୨/୦୬) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ଷ୍ଟେଟ ବ୍ୟାଙ୍କ ର ମିଳିତ ସହଯୋଗ ରେ ସ୍ଥାନୀୟ ମହାରାଜା ହାଇସ୍କୁଲ୍ ସଭା ଗୃହ ଠାରେ ଏକ ଆର୍ଥିକ ସାକ୍ଷରତା ସଚେତନତା କର୍ମଶାଳା ଅନୁଷ୍ଟିତ ହୋଇଯାଇଛି l

ସୋନପୁର ଏଲ ଡି ଏମ୍ କାର୍ତ୍ତିକେଶ୍ୱର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରି ସଚେତନତା ମାଧ୍ୟମରେ ହିଁ ଆମେ ସାଇବର ଅପରାଧ ରୁ ମୁକ୍ତି ପାଇବା ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଚିଫ୍ ମ୍ୟାନେଜର ଲକ୍ଷ୍ମଣ କୁମାର ମାଝୀ, ଏକ୍ସିସ୍ ବ୍ୟାଙ୍କ ମ୍ୟାନେଜର ସୁମନ୍ତ ଦତ୍ତ ଯୋଗ ଦେଇ ଆର୍ଥିକ ସାକ୍ଷରତା ସଚେତନତା ସହିତ ସାଇବର ଅପରାଧ, ଡିଜିଟାଲ ଆରେଷ୍ଟ, କେୱାସି ଇତ୍ୟାଦି ଉପରେ ଡିଜିଟାଲ ସ୍କ୍ରିନ ମାଧ୍ୟମ ରେ ସଚେତନ କରିଥିଲେ ଓ ଛୋଟ ଛୋଟ ଡିଜିଟାଲ ସିନେମା ମାଧ୍ୟମ ରେ ଠକାମୀ ର ଶିକାର ରୁ ବଞ୍ଚିତ ହେବାକୁ ବରିଷ୍ଠ ନାଗରିକ ଙ୍କୁ ସଚେତନ କରାଇଥିଲେ l ସଂଘ ର ସଭାପତି ଡ଼ଃ. ଜ୍ୟୋତି ରଞ୍ଜନ ବହିଦାର ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l

ଶେଷ ପର୍ଯ୍ୟାୟରେ ପ୍ରଶ୍ନ ଉତ୍ତର ମାଧ୍ୟମ ରେ ସମସ୍ତେ ନିଜ ନିଜ ର ଆଶଙ୍କା ଦୂର କରିଥିଲେ l ସଂଘର ଉପଦେଷ୍ଟା ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଶତାଧିକ ବଶିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ବରିଷ୍ଠ ନାଗରିକ ଦିଲ୍ଲୀପ ରଥ, ଦେବ କିଶୋର ଦାନୀ, ଗୋରେଖନାଥ ସାହୁ, ଆର୍ତ୍ତତ୍ରାଣ ବାବୁ, ସନ୍ତୋଷ ପାଢ଼ୀ, ହରିହର ଶତପଥି, ଇନ୍ଦୁମତୀ ପୁରୋହିତ, କୃଷ୍ଣ ଚନ୍ଦ୍ର ବିଶି, ଇନ୍ଦ୍ର ମଣି ଦାଶ, କୃପା ସିନ୍ଧୁ ପାଣିଗ୍ରାହୀ, ସୂର୍ଯ୍ୟ ସରାଫ ପ୍ରମୁଖ ସଦସ୍ୟ ପ୍ରଶ୍ନ ଉତ୍ତର ରେ ଭାଗ ନେଇ କାର୍ଯ୍ଯକ୍ରମ ରେ ସହଯୋଗ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...