32.9 C
Balāngīr
Saturday, April 26, 2025

ସଚେତନ ନାଗରିକ ମଞ୍ଚ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.
ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର (୦୮/୦୧) :ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ସ୍ଥାନୀୟ ସର୍କିଟ ହାଉସଠାରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ସାକ୍ଷାତ କରିଛନ୍ତି। ଜିଲ୍ଲାର ବିକାଶ ପାଇଁ ଆବଶ୍ୟକ ରହିଥିବା କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ରେଳପଥରେ ସମ୍ବଲପୁର ସହିତ ସୁବର୍ଣ୍ଣପୁର ଜିଲ୍ଲାକୁ ଧମା, ଉଲୁଣ୍ଡା ଦେଇ ଯୋଡ଼ିବା ତଥା ପର୍ଯ୍ୟଟନ ଏବଂ ଐତିହ୍ୟ ସମ୍ବଳିତ ୧୫ ଦଫାର ଦାବିପତ୍ର ପ୍ରଦାନ କରି ପୂରଣ ସକାଶେ ନିବେଦନ କରିଥିଲେ।

ଉକ୍ତ ଦାବି ମଧ୍ୟରେ ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ,ମତ୍ସ୍ୟ ମହାବିଦ୍ୟାଳୟ ,ସୈନିକ ବିଦ୍ୟାଳୟ ଏବଂ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା, ବୟନ ପାର୍କ ପ୍ରତିଷ୍ଠା, ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରକୁ ଏକ ହେରିଟେଜ୍ ସହର, ଜିଲ୍ଲାର ସଦର ମହକୁମାରେ ରହିଥିବା ରାଜା କୋଠା ଓ ଶଶୀସେଣାର ସ୍ମୃତି ବହନ କରୁଥିବା ନିମୁହିଁ ମନ୍ଦିରକୁ ଐତିହ୍ୟ ସ୍ଥଳୀର ମାନ୍ୟତା, ଜିଲ୍ଲାରେ ରହିଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀର ମଧ୍ୟ ସ୍ୱତନ୍ତ୍ର ରୋଡ୍ ମ୍ୟାପ ଅନୁଯାୟୀ ଭିତ୍ତିଭୂମି ସବୁର ବିକାଶ କରିବା, ବିଶେଷ କରି ପାତାଳୀ ଶ୍ରୀକ୍ଷେତ୍ର ରେ ଏକ ଭବ୍ୟ ମନ୍ଦିର ଓ ରୋପୱେ ନିର୍ମାଣ, ଖଲିଆପାଲି ର ସନ୍ଥ କବି ଭୀମଭୋଇ ଙ୍କ ସାଧନା ପୀଠକୁ ଏକ ଜାତୀୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଓ ଏକ ଗବେଷଣା କେନ୍ଦ୍ର ଭାବରେ ବିକଶିତ କରିବା, ସଦର ମହକୁମାରେ ପ୍ରସ୍ତାବିତ ମୋଡେଲ୍ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ପ୍ରସ୍ତାବିତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ବାଏପାସ୍ ରୋଡ୍, ସଦର ମହକୁମାଠାରୁ ରାଉରକେଲା ଏବଂ ତାରିଣୀ ପୀଠ କୁ ସ୍ୱତନ୍ତ୍ର ସରକାରୀ ବସ୍ ର ସୁବିଧା, ସୋନପୁର କଲେଜ ଓ ବିଜୁ ପଟ୍ଟନାୟକ ମହିଳା ଉଭୟ କଲେଜକୁ ସରକାରୀ କଲେଜର ମାନ୍ୟତା ପ୍ରଦାନ କରିବା, ଜିଲ୍ଲାରେ ପ୍ରବାହିତ ନଦୀ ନାଳ ଗୁଡିକରେ ବ୍ୟାରେଜ୍ ନିର୍ମାଣ, ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଂରୋଡ୍ କାର୍ଯ୍ୟ କୁ ତୁରନ୍ତ ସମ୍ପୂର୍ଣ୍ଣ କରିବା, ଜିଲ୍ଲାରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠା କରିବା, କେନ୍ଦୁପତ୍ର ଡିଭିଜନ୍ କାର୍ଯ୍ୟାଳୟ ଖୋଲିବା, ସୋନପୁର ଠାରୁ ପୁରୀ ପର୍ଯ୍ୟନ୍ତ ସାପ୍ତାହିକ ତିନି ଦିନ ରେଳ ଚଳାଚଳର ସୁବିଧା ସହ ପ୍ରସ୍ତାବିତ ସମ୍ବଲପୁର-ଗୋପାଳପୁର ରେଲପଥ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯିବା ପ୍ରମୁଖ ଦାଵୀ ଗୁଡିକ ବିଚାର କରିବା ପାଇଁ ନିବେଦନ କରିଥିବା ଜଣାପଡ଼ିଛି।

ଏଥି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଆପଣଙ୍କ ଶୁଭଦୃଷ୍ଟି ରହିଲେ ଜିଲ୍ଲାର ଦ୍ରୁତ ବିକାଶ ନିଶ୍ଚୟ ସମ୍ଭବ ହୋଇପାରିବା ସହ ବିକଶିତ ‘ଓଡ଼ିଶା-୨୦୩୬’ ର ସଂକଳ୍ପ ସକାଶେ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ନିର୍ବାହରେ ସହାୟକ ସାବ୍ୟସ୍ତ ହୋଇପାରିବ ବୋଲି ବିଶ୍ୱାସ ବୋଲି କହିବା ସହ ଏହି ସମୟରେ ଉପସ୍ଥିତ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଓ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲାଙ୍କୁ ମଧ୍ୟ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ। ଦାଵୀ ପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚର ସଭପତି ସିତାଂଶୁ ଶେଖର ମିଶ୍ର, ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ  ବିନୋଦ ମେହେର, ଦୁଃଖିରାମ ନାୟକ, ବାଙ୍କାନିଧି ରାୟଗୁରୁ, ସୂର୍ଯ୍ୟ ନାରାୟଣ ଦାସ, ପଞ୍ଚାନନ ବାରିକ, ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...