ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୮/୩) : ଆଜି ରାୟଗଡା ମହାବିଦ୍ୟାଳୟର ସ୍ଵର୍ଣ୍ଣଜୁବୁଲି ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭିଜିଲାସନ୍ସ ଡ଼ିଏସପି ତରୁଲତା ବେହେରା, ମହିଳା ସଶକ୍ତିକରଣରେ ଶିକ୍ଷା ର ଭୂମିକା ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷା ଡ. ବବିଲତା ଶରଫ ମହିଳାଙ୍କ ପ୍ରଗତି ତାଙ୍କ ଆର୍ଥିକ ସାକ୍ଷରତା ତଥା ଜ୍ଞାନ ଉପରେ ନିର୍ଭର କରେ ବୋଲି ଦର୍ଶାଇ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ମହିଳାଙ୍କ ସାମ୍ପ୍ରତିକ ସ୍ଥିତି ଉପରେ ଏକ ନାଟକ ମଞ୍ଚସ୍ଥ କରିଥିଲେ ।
ସେମାନେ କବିତା ପରିବେଷଣ କରିବାସହ ନିଜର ମତାମତ ପରିପ୍ରକାଶ କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଯୋଜନା ଏବଂ ମଞ୍ଚ ପରିଚାଳନା କରିଥିଲେ ମହିଳା ସେଲ ର ସଂଯୋଜିକା ଡ. ସରସ୍ବତୀ ରାୟ। ଟି. ଜ୍ୟୋତି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ ପ୍ରିୟଦର୍ଶିନୀ ବଳ, ପୂଜା ପଟନାୟକ,ଅର୍ଚନା ପଟନାୟକ, ମୋନାଲିସା ପାଣିଗ୍ରାହୀ,ଗ୍ଲୋରି ଅନିଶା,ଏସ, ଉଷା ଓ ଅନ୍ୟମାନେ।