ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୦/୦୧) : ସର୍ଟ ସର୍କିଟ ଯୋଗୁଁ ରାୟଗଡା ସ୍ଥିତ ରାଣୀଗୁଡା ଫାର୍ମ ମେନ ରୋଡରେ ଥିବା କପଡା ଦୋକାନରେ ଲାଗିଲା ନିଆଁ ।
ଚାରି ମହଲା ବିଶିଷ୍ଠ ଏହି ବିରାଟ କାୟ ଦୋକାନର ତଳ ମହଲାର ପ୍ରାୟ କପଡା ଜଳି ଯାଇଥିବା ସମୟରେ ଉପର ତିନି ମୋହଲା ନିଆଁ କବଳରୁ ବର୍ତ୍ତୀ ଯାଇଛି । ଦୋକାନୀଙ୍କ କହିବାନୁସାରେ ଦୋକାନର ତଳ ମହଲାରେ ଏକ କୋଟିରୁ ଉର୍ଦ୍ଧ ଟଙ୍କାର କପଡା ପତ୍ର ଏବଂ ଡ୍ରେସ ପୋଡି ନଷ୍ଟ ହୋଇଯାଇଛି । ସକାଳୁ ୬ଟା ସମୟ ରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲେ । ଦୀର୍ଘ ଦୁଇ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବିଭାଗ ନିଆଁ ଉପରେ କାବୁ ପାଇଥିଲେ। ନିଆଁକୁ ଆୟତ୍ତ କରିବା ନିମନ୍ତେ ଅଗ୍ନିଶମ ବିଭାଗର ୧୦ କର୍ମଚାରୀ ଙ୍କ ସହିତ ୨ଟି ପାଣି ଟାଙ୍କି ଗାଡି ଦୀର୍ଘ ୩ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ରମେଶଚନ୍ଦ୍ର ବେହେରା ।
ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି । ତେବେ ଏଥିରୁ ସ୍ପଷ୍ଟ ଜାଣି ହେଉଚି ଯେ ବଡ଼ ବଡ଼ ଦୋକାନ ଓ ଘର ତିଆରି କରି ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଧ୍ୟାନ ଦେଉ ନାହାନ୍ତି ଦୋକାନୀ ଓ ଗୃହ ମାଲିକ ମାନେ। ଯାହାଦ୍ବାରା ଏହିଭଳି ବଡ଼ ଧରଣର ଘଟଣାକୁ ଗୁଡ଼ିକୁ ଏଡାଇ ଦିଆ ଯାଇ ପାରୁନାହିଁ ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରି, ରମେଶ ଚନ୍ଦ୍ର ବେହେରା ।