ବରଗଡ଼, (୦୩/୦୫) : ଆପ୍ର. : ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ନିଲେଶ୍ୱର୍ ଚାରିଛକ ମଝିରେ ବରଗଡ଼ରୁ ବିଜେପୁର ଯିବା ରାସ୍ତାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ।
ଟାଟା ACE ଓ ସ୍କୁଟି ମଧ୍ୟରେ ଧକ୍କା।ସ୍କୁଟି ରେ ଥିବା ଦୁଇଜଣ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଫଳରେ ଘଟଣା ସ୍ଥଳରେ ଚାପ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ସେପଟେ ଖବର ପାଇ ପୋଲିସ ଭିଡ଼ କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଠା ଜାରୀ ରଖିଛି । ଏନେଇ ଘଟଣା ସ୍ଥଳରୁ ମୃତକର ଶବ ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।ସେ ବିଜେପୁର ବ୍ଲକ୍ କନପୂରୀ ଗାଁର ହୋଇଥିବା ପ୍ରାଥମିକ ସୁଚନା ମିଳିଛି ।