32.9 C
Balāngīr
Monday, April 28, 2025

ସଡ଼କ ସୁରକ୍ଷା ଦିବସ ପାଳନ ନିମନ୍ତେ ମିଡ଼ିଆ କ୍ଲବ, ଗୁଣପୁର ର ପ୍ରସ୍ତୁତି ବୈଠକ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୫/୧) : ଆଜି ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ସଡ଼କ ସୁରକ୍ଷା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ୭ /୧/୨୫ ତାରିଖ ମଙ୍ଗଳବାର ଦିନ ସ୍ଥାନୀୟ ମିଡିଆ କ୍ଲବ ଗୁଣୁପୁର ଓ ଆଦର୍ଶ ଥାନା ଗୁଣପୁର ଆନୁକୁଲ୍ୟରେ ସଡ଼କ ସୁରକ୍ଷା ଦିବସ ଅବସରରେ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ କରାଯିବା ନିମନ୍ତେ ସ୍ଥିର କରାଗଲା । ଉକ୍ତ ଦିନ କିଛି ଅନୁଷ୍ଠାନର ଛାତ୍ରଛାତ୍ରୀ ଙ୍କ ସହଯୋଗରେ ସକାଳ ୯ଘଣ୍ଟା ଠାରୁ ସମସ୍ତ ସଦସ୍ୟ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଗାନ୍ଧୀ ପ୍ରତିମୂର୍ତ୍ତି ଠାରୁ ଏକ ବିଶାଳ ରାଲିରେ ଵାହାରି ବାଇପାସ୍ ଛକ ଯାଏଁ ଯିବାକୁ ସ୍ଥିର କରାଯାଇଛି । ତାପରେ ସମସ୍ତ ସଦସ୍ୟ ଓ ରାଲିରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଜଳପାନ ର ବ୍ୟବସ୍ଥା କରିବା ପାଇଁ ସ୍ଥିର ହୋଇଛି ।

ଏଥିରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ଲାକାର୍ଡ ଦର୍ଶାଯାଇ, ସଡ଼କ ସୁରକ୍ଷା ଦିବସ ଜନିତ ସଚେତନତା ଅଭିଯାନ ଉଦ୍ଦେଶ୍ୟରେ ବିଭିନ୍ନ ଉଦ୍ଧେଶ୍ୟ ମୂଳକ କୋଟେସନ୍ ଦ୍ଵାରା ସ୍ଲୋଗାନ ସହ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସ୍ଥିର କରାଗଲା । ବିଶେଷ କରି ସାଧାରଣ ଜନତାଙ୍କୁ ସଡ଼କ ସୁରକ୍ଷା ଦିବସ ଉପଲକ୍ଷେ ସଚେତନତା କରି ଜୀବନ ରକ୍ଷାର ଉପାୟ ବତାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ । ଏହି ସଚେତନତା କାର୍ଯ୍ୟକ୍ରମ ଦ୍ଵାରା ଯଦି କିଛି ଜନସାଧାରଣ ଙ୍କ ଜୀବନ ରକ୍ଷା ହୋଇପାରିବ ତେବେ ଆମେ ଜାଣିବୁ ଆମ କାର୍ଯ୍ୟକ୍ରମ ସଫଳ ହେଲା । ଶେଷରେ ଏତିକି କହିବୁ ସଚେତନ ହୁଅନ୍ତୁ ସୁରକ୍ଷିତ ରୁହନ୍ତୁ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...