ବାଲିଗୁଡା, (୧୫/୪) : ଆପ୍ର. : ବାଲିଗୁଡା ସହର ରେ ସଡ଼କ ସୁରକ୍ଷା ସଚେତନତା କୁ ଏକ ଜନ ଆନ୍ଦୋଳନ ରେ ପରିଣତ କରିବାକୁ ବାଲିଗୁଡା ଏସଡ଼ିପିଓ ଙ୍କ ଅଭିନବ ପ୍ରୟାସ l
ବାଲିଗୁଡା ସହର ସମେତ ବିଭିନ୍ନ ଥାନା ଅଂଚଳ ରେ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି କୁ ଦୃଷ୍ଟି ରେ ରଖି ଜନସାଧାରଣ ଙ୍କୁ ସଚେତନତା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ l ବାଲିଗୁଡା ସହର ରେ ସଡ଼କ ସୁରକ୍ଷା ସଚେତନ ନେଇ ବାଲିଗୁଡା ଏସଡ଼ିପିଓ ଙ୍କ ନିଜସ୍ୱ ପ୍ରୟାସ ରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଚେତନତା ଡ୍ରାଇଭ l ଏଥିରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଜନସାଧାରଣ ଙ୍କ ଉଦେଶ୍ୟ ରେ ସଡ଼କ ସୁରକ୍ଷା ନେଇ ସଚେତନତା ର ବାର୍ତ୍ତା ପ୍ରଦାନ ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରାଯାଇଛି l
ବାଲିଗୁଡା ଏସଡ଼ିପିଓ ଙ୍କ ଏହି ସ୍ୱତନ୍ତ୍ର ଡ୍ରାଇଭ ଅବସରରେ ହେଲମେଟ ପିନ୍ଧି ନଥିବା ଚାଳକ ଙ୍କୁ ପୋଲିସ ଠାରୁ ହେଲମେଟ କିଣି ପିନ୍ଧିବାକୁ କୁହାଯାଇଥିବା ବେଳେ ହେଲମେଟ ପିନ୍ଧିଥିବା ଚାଳକ ଙ୍କୁ ଫୁଲ ଦେବା ସହ ଟି ସାର୍ଟ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ବାଲିଗୁଡା ସହର ରେ ବଢ଼ି ଚାଲିଥିବା ବେପରୁଆ ଗାଡି ଚାଳନା ସହ ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା ରୋକିବା ସହ ହେଲମେଟ ର ବହୁଳ ବ୍ୟବହାର ନେଇ ଜନସାଧାରଣ ଙ୍କ ମନରେ ଏକ ସଚେତନତା ସୃଷ୍ଟି କରିବା ପାଇଁ ଏପରି ପ୍ରୟାସ ପାଇଁ ଉଦ୍ୟମ ହାତକୁ ନେଇଥିବା ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି l