ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୭/୦୧) : ରାୟଗଡା ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ସଡ଼କ ସୁରକ୍ଷା ମାସ ଜାନୁଆରୀ ୧ତାରିଖ ଠାରୁ ଆରମ୍ଭ କରାଯାଇ ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏଁ ଜିଲ୍ଲାରେ ପାଳନ କରାଯାଉଛି l
ଏହି ସମୟରେ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଓ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଛି। ଆଜି ଆଞ୍ଚଳିକ ପରିବହନ ବିଭାଗ ଏବଂ ଡଃ.ଏପି.ଜେ ଅବଦୁଲ କଲାମ ଫାଉଣ୍ଡସନ ଟ୍ରଷ୍ଟ ରାୟଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଉଦଘାଟନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ, ଡାକ୍ତର ଲାଲମୋହନ ରାଉତରାୟ, ଡ଼. ଗୌତମ ପଟ୍ଟନାୟକ, ମୋଟର ଗାଡ଼ି ନିରୀକ୍ଷକ ଶ୍ରୀ ରାଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଆରଟିଓ ଙ୍କ କlର୍ଯ୍ୟଳୟର ଅନ୍ୟାନ୍ୟ କର୍ମଚାରୀ,ଜିଲ୍ଲାର ବିଭିନ୍ନ ସଙ୍ଘଠନକୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l
ଆଜିର ଶିବିରରେ ମୋଟ ୫୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଦୁର୍ଘଟଣା ଜନିତ ରକ୍ତ ଅଭାବରୁ କେହି ଯେପରି ନ ମରନ୍ତି ସେଥିପାଇଁ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଉଛି ବୋଲି ଆରଟିଓ ଶ୍ରୀ ଚୌଧୁରୀ ପ୍ରକାଶ କରିଥିଲେ l ଆଜିର ଶିବିରରେ ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ଅଟୋ ଆସୋସିଏସନ, ଡ୍ରାଇଭର ମହାସଂଘ ଓ ଜନସାଧାରଣ ଆଦି ବହୁ ସଂଖ୍ୟାରେ ସାମିଲ ହୋଇ ରକ୍ତ ଦାନ କରିଥିଲେ l