32.9 C
Balāngīr
Saturday, April 26, 2025

ସଡ଼କ ସୁରକ୍ଷା ସଚେତନତା ମାସ ୨୦୨୫ ର ଉଦଘାଟନ : ଦୁର୍ଘଟଣା ମୃତ୍ୟୁ ଶୂନ କରିବା ଉପରେ ଗୁରୁତ୍ୱାରୋପ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୧) : ଆଜି ଠାରୁ ଅର୍ଥାତ୍ ତା ୧.୧.୨୦୨୫ ରୁ ୩୧.୦୧.୨୦୨୫ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୨୦୨୫ ର ପ୍ରଥମ ତଥା ଉଦଘାଟନୀ ଦିବସ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 01 02 at 10.18.42 ସଡ଼କ ସୁରକ୍ଷା ସଚେତନତା ମାସ ୨୦୨୫ ର ଉଦଘାଟନ : ଦୁର୍ଘଟଣା ମୃତ୍ୟୁ ଶୂନ କରିବା ଉପରେ ଗୁରୁତ୍ୱାରୋପ

ଆଜି ସକାଳ ୮ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ ଅଞ୍ଜଳିନା ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ କାର୍ଯ୍ୟକ୍ରମରେ ଯୋଗଦାନ କରି ସଡକ ସୁରକ୍ଷା ଉପରେ ଅନେକ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିବା ସହିତ ଦୁର୍ଘଟଣା ମୃତ୍ୟୁ କୁ ଶୂନ କରିବା ଲକ୍ଷ୍ୟ କୁ ହାସଲ କରିବା ଉପରେ ବିଶେଷ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀ ତଥା ଜନସାଧାରଣ ଙ୍କୁ ପରାମର୍ଶ ଦେଇ ଆର ଟି ଓ ଅକ୍ଷୟ କୁମାର ଜେନାଙ୍କ ତତ୍ୱାବଧାନରେ ଆୟୋଜିତ ଶୋଭାଯାତ୍ରା ଓ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସଡ଼କ ସୁରକ୍ଷା ସଚେତନତା ଚଳିତ ବର୍ଷ ଗୋଟିଏ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଆର ଟି ଓ ଶ୍ରୀ ଜେନା ସୂଚୀତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ମାସର ପ୍ରଥମ ସପ୍ତାହରେ ବିଭିନ୍ନ ଅନୁଷ୍ଠାନ, ଏନ ସି ସି, ସ୍ବେଛାସେବୀ ଅନୁଷ୍ଠାନ ପ୍ରଭୁତି ର ସଦସ୍ୟା ସଦସ୍ୟ ଙ୍କୁ ନେଇ ୱାକାଥନ ଅନୁଷ୍ଠିତ କରାଯିବ । ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ସଚେତନତା ରଥ ଦ୍ଵାରା ଜନସାଧାରଣ ପାଇଁ ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଭିଡ଼ିଓ ପ୍ରଦର୍ଶନ ସହ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଭିଡ଼ିଓ ପ୍ରଦର୍ଶନ କରାଯିବ । ସପ୍ତାହ କୁ ବିଶେଷ ସ୍ମରଣୀୟ କରିବାକୁ ଏକ ରକ୍ତଦାନ ଶିବିର ଅୟୋଜନ ସହ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ ଅନୁଷ୍ଠିତ କରାଯିବ ।

ପୁନଶ୍ଚ ଜିଲ୍ଲାର ପ୍ରତ୍ୟେକ ବର୍ଗ ରେ ସଡ଼କ ସୁରକ୍ଷା ର ବାର୍ତ୍ତା କୁ ପହଂଚାଇବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇ ଉଦଯାପନୀ ଦିବସରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯିବ । ବିଭାଗ ତରଫରୁ ସଡ଼କ ଦୁର୍ଘଟଣା ସମୟରେ ଓ ପରେ କିପରି ଭାବେ ଆମେ ଆହତ ବ୍ୟକ୍ତି ର ତୁରନ୍ତ ଆଶୁ ଚିକିତ୍ସା ର ବ୍ୟବସ୍ଥା କରିପାରିବା ସେଥିପାଇଁ ରକ୍ଷକ ଯୋଜନା ଅଧୀନରେ ପ୍ରାଥମିକ ଚିକିତ୍ସା ଟ୍ରେନିଂ ର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

ଆଜି ଉଦଘାଟନୀ ତଥା ପ୍ରଥମ ଦିବସରେ ଅନୁଷ୍ଠିତ ଶୋଭାଯାତ୍ରା ରେ ଛାତ୍ରଛାତ୍ରୀ ମାନେ ସଚେତନତା ବାର୍ତା ପ୍ଲା କାର୍ଡ ପ୍ରଦର୍ଶନ କରି ସହର ପରିକ୍ରମା କରିଥିଲେ ଏବଂ ରକ୍ଷକ ଟିମ ଦ୍ଵାରା ପଥପ୍ରାନ୍ତ ସଚେତନତା ଓ ଫାଷ୍ଟଆଡ୍ ତାଲିମ୍ ପ୍ରଦାନ କରିଥିଲେ। ସେହିପରି ସଚେତନତା ରଥ ଆଜି ସୋନପୁର ସହର ତଥା ବ୍ଲକ ଅଂଚଳ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଇବ । ଏହି ସଚେତନତା ଶୋଭାଯାତ୍ରା ରେ ଜିଲ୍ଲା ନର୍ସିଙ୍ଗ ସ୍କୁଲ ର ଛାତ୍ର ଛାତ୍ରୀ, ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ, ଏନ ସି ସି ଛାତ୍ର ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ ଆଧ୍ୟାପକ ଉମାକାନ୍ତ ନାଗ, ଚନ୍ଦ୍ରମଣି ବାଗ, ଚନ୍ଦ୍ରଶେଖର ମହାପାତ୍ର, ଗୋପେଶ ପଣ୍ଡା, ତପସ୍ଵିନି ଦାସ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବସ ସଙ୍ଘ, ଟ୍ରକ ସଙ୍ଘ ର କର୍ମକର୍ତ୍ତା, ସାମ୍ବାଦିକ ତଥା କାର୍ଯ୍ୟାଳୟର ଏମ ଭି ଆଇ ବିଶ୍ବରଂଜନ ସାହୁ, ଟ୍ରାଫିକ ସବ ଇନସ୍ପେକ୍ଟର ପୂଜା ଭେଙ୍ଗରା, ଚିତ୍ତରଞ୍ଜନ ଭୋଇ, ଅବିନାଶ ଭୁଏ, ହିମାଂଶୁ ରଞ୍ଜନ ସାହୁ ଏବଂ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...