ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୨/୧୧) : କାଶୀନଗର ବ୍ଲକ୍ ର ଜଣେ ଟାଣୁଆ ନେତା ସତିଶ ବିଜେପିରେ ସାମିଲ ହୋଇଥିବା ଜଣା ପଡ଼ିଛି । କାଶୀନଗର ବ୍ଲକ୍ ର ଜଣେ ପୁରୁଖା ନେତା ରକଂ ସତିଶ ଜନ୍ମରୁ ପୁରୁଣା ଜନତା ଦଳ ତାପରେ ବିଜୁ ଜନତା ଦଳରେ ରହି ଆସିଥିଲେ ।
ତାଙ୍କ ବାପା ମଧ୍ୟ ଜଣେ କଂଗ୍ରେସ ବିରୋଧୀ ନେତା ଭାବେ ଦୀର୍ଘ ୪ ଦଶନ୍ଧି ହେଲା ରହିଥିଲେ | ନିକଟରେ ତାଙ୍କ ଦେହାନ୍ତ ହୋଇଥିଲା । ଏବେ ପୁଣି ସତିଶ ବିଜେପିରେ ସାମିଲ । ନିଜ ଛାଡିଥିବା ରାଜନୈତିକ ଗୁରୁ ବର୍ତମାନ ବିଜେପି ବିଧାୟକ ଥିବା ଜେ. ନାରାୟଣ ରାଓଙ୍କ ଶିବିରକୁ ନିଜର ସହ ଶହ ସମର୍ଥକଙ୍କୁ ଧରି ନିଜ ଜନ୍ମ ଭୂମିରେ ଏକ ବିଶାଳ ସମାବେଶରେ ଯୋଗ ଦେଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ତଥା ବିଧାୟକ କେ. ନାରାୟଣ ରାଓ, ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଶିତ୍ରୀ ସୀମାଦ୍ରି, ଜିଲ୍ଲା ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ(ବାବୁଲା ଭାଇ) ବ୍ଲକ୍ ର ବହୁ ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡିଛି |