ରିପୋର୍ଟ: ଶୁଭଙ୍କର ଦାସ //
ପୁରୁଷୋତ୍ତମପୁର (୧୬/୧୨): କୁମାରୀ ସ୍ଥିତ ସନ ସାଇନ ଇରାଜୀ ମାଧ୍ୟମ ବିଦ୍ୟାଳୟ ରେ ଆଜି ବାର୍ଷିକ କ୍ରୀଡା ଆରମ୍ଭ ହୋଇଯାଇଛି |ଏହି କ୍ରୀଡା ତା ୧୬/୧୨/୨୦୨୪ ଠାରୁ ୧୮/୧୨/୨୦୨୪ ପର୍ଯ୍ୟନ୍ତ ଜାରି ରହିବ |
ଆଜି ଏହି ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ପୁରୁ ଷୋତ୍ତମପୁର N.A.C ର ଅଧକ୍ଷ୍ୟ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଏହାକୁ ଉଦଘାଟନ କରିଥିଲେ | ସେ ନିଜ ଅଭିଭାଷଣ ରେ କ୍ରୀଡାର ମହତ୍ୱ ଓ ଶାରୀରିକ ଗଠନ ବିଷୟରେ ବୁଝାଇବା ସହ ପିଲାମାନେ ଅଲମ୍ପିକ ରେ ମଧ୍ୟ ସାମିଲ ହେବା ପାଇଁ ଆଶା ବ୍ୟକ୍ତ କରିଥିଲେ | ଏହି ଉତ୍ସବରେ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ରଥ ଓ ଅଧକ୍ଷ୍ୟ ଶ୍ରୀ ସୁନୀଲ ମହାନ୍ତି ଉପସ୍ଥିତ ରହିବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ | ଆଜି ଜୁନିଅର ଓ ସିନିଅର ବିଭାଗ ରେ ୧୦୦, ୫୦୦ ମିଟର ଦୌଡ଼ ସହ ରିଲେ ରେସ, କବାଡି, ଖୋ -ଖୋ ଓ ଲଙ୍ଗ ଜମ୍ପ ପ୍ରତିଯୋଗିତା ବଡ ଉତ୍ସାହର ସହ ସମାପ୍ତ ହୋଇଛି |ଆସନ୍ତା କାଲି ମଧ୍ୟ ବିଭିନ୍ନ ପ୍ରତିଯୋଗି ତା ହବା ସହ ବୁଧବାର ଦିନ ଉଦଯାପନ ଉତ୍ସବ ରେ କୃତି କ୍ରୀଡ଼ାବିତ ମାନଙ୍କୁ ମାନପତ୍ର ସହ ଟ୍ରଫି ଦିଆଯିବ |