32.9 C
Balāngīr
Wednesday, April 23, 2025

ସଫଳ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବାକୁ ଚେଷ୍ଟା କର – ମନୋରଞ୍ଜନ ଯୋଶୀ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୧୨) : ସୁବର୍ଣ୍ଣପୁର ନିକଟସ୍ଥ ଶରଧାପାଲିରେ ଥିବା ସେଣ୍ଟ୍ ଜାଭିୟର୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ‘ସି-ଫେଷ୍ଟୋ’୨୦୨୪ ମହା ସମାରୋହରେ ପାଳିତ ହୋଇ ଯାଇଛି ।WhatsApp Image 2024 12 22 at 18.30.54 1 ସଫଳ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବାକୁ ଚେଷ୍ଟା କର - ମନୋରଞ୍ଜନ ଯୋଶୀ

ଏହି ଅବସରରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡ.ଅମିୟ ପଟେଲ ମୁଖ୍ୟ ଅତିଥି, “ଓ ଟିଭି” ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ୍ ମନୋରଞ୍ଜନ ଯୋଶୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେବଳ ସଫଳ ମଣିଷ ହେବାକୁ ଚେଷ୍ଟା ନ କରି ଜଣେ ଜଣେ ଭଲ ମଣିଷ ହେବାକୁ ଏବଂ ସବୁ କ୍ଷେତ୍ର ରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କୁ ପରାମର୍ଶ କରିଥିଲେ । କେବଳ ମାଛ ର ଆଖି କୁ ଲକ୍ଷ୍ୟ ରଖିଲା ଭଳି ଜୀଵନ ର ସଠିକ୍ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚି ବାକୁ ଛାତ୍ର ଛାତ୍ରୀ ଙ୍କୁ ଅର୍ଜୁନଙ୍କ ଉଦାହରଣ ଦେଇ ପ୍ରେରଣା ଦେଇ ଥିଲେ । ପରିଚୟ ଖୋଜି ଖୋଜି ଶ୍ରେଷ୍ଠତା ପ୍ରତିପାଦନ କରିବା କୁ ହେଲେ ନିଜ କୁ କର୍ଣ୍ଣ ହେବାକୁ ପଡିବ ବୋଲି କହିଥିଲେ । ଏ ସ୍କୁଲ୍ ଏ ଅଞ୍ଚଳ ର ପରିଚୟ ହେଉ, ଏ ସ୍କୁଲ୍ ଏ ଅଞ୍ଚଳ ର ଅସ୍ମିତା ହେଉ, ଏ ସ୍କୁଲ୍ ର ପତାକା ଆନ୍ତର୍ଜାତୀୟ ସ୍ତର ରେ ଫର୍ ଫର୍ ହୋଇ ଉଡ଼ି ସୁନାମ ଅର୍ଜନ କରୁ ବୋଲି ମଧ୍ୟ ଅତିଥି ଓ ବକ୍ତା ମତ ରଖିଥିଲେ । ଶିକ୍ଷାନୁଷ୍ଠାନର ସମ୍ପାଦିକା ସବିତା ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଅର୍ଥ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ସତ୍ୟନାରାୟଣ ଦାଶ, ଟିପିଡବ୍ଲୁଓଡିଏଲ ର ଉପଖଣ୍ଡୀୟ ଅଧିକାରୀ ବିବେକାନନ୍ଦ ଦିକ୍ଷିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ ।

ସ୍କୁଲର ନିର୍ଦ୍ଦେଶକ ତଥା ଚେୟାରମ୍ୟାନ୍ ଡ. ଅରୁଣ ରଥ ସଭାପତିତ୍ବ ଓ ସ୍ବାଗତ ଭାଷଣ ପ୍ରଦାନ କରି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଗୁପ୍ତେଶ୍ଵର ସାହୁ ବାର୍ଷିକ ବିବରଣୀ ରଣୀ ପାଠ କରିଥିଲେ । ପୂର୍ବରୁ ଅନୁଷ୍ଠିତ ଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ ତଥା ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଦ୍ୱାରା ପରିବେଷଣ କରା ଯାଇ ଥିଲା । ସ୍କୁଲ୍ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ସୋନପୁର ଜିଲ୍ଲା ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସହର ର ବହୁ ବୁଦ୍ଧିଜୀବୀ, ଅଭିଭାବକ, ଓ ସାମ୍ୱାଦିକ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...