ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାଟଣା, (୧୨/୦୧) : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାରେ ୨ ଜଣ ଠକ ସୁନା ଅଳଙ୍କାର ସଫେଇ ବାହାନାରେ ଶୈଳବାଳା ବେହେରା ନାମ୍ନୀ ଜଣେ ମହିଳାଙ୍କଠାରୁ ଗୋଟିଏ ସୁନା ଚେନ ଓ ୨ ହଳ କାନଫୁଲ ଲୁଟି ନେଇଛନ୍ତି ।
ମହିଳା ଜଣକ ଏକ କାଗଜ ପୁଡ଼ିଆରେ ଏସବୁକୁ ସଫା କରିବାକୁ ଦେଇ ଘର ଭିତରକୁ ଯାଇ ଆସିବା ପରେ ଠକ ଦ୍ୱୟ ଗୋଡ଼ି ଭର୍ତ୍ତି ପୁଡିଆ ମହିଳାଙ୍କୁ ଦେଇ ସେଠାରୁ ଚମ୍ପଟ ମାରିଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ନିର୍ମଳ ବେହେରା ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଓ ଏସଆଇ ରସାନନ୍ଦ ନାଏକ ଘଟଣାର ତଦନ୍ତ ଜାରି ରଖିଛନ୍ତି ।