ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୧) : କାଶୀନଗର ସହର ରେ ମୂଳ ଅଧିବାସୀ ନିରଞ୍ଜନ ପାଣିଗ୍ରାହୀଙ୍କ ପୁଅ ଜ୍ୟୋତି ରଞ୍ଜନ ରାଜ୍ୟ ସ୍ତରୀୟ କୁସ୍ତି ପ୍ରତିଯୋଗିତା ୬୬ କିଗ୍ରା ବର୍ଗ ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ।
କୋରାପୁଟ ଜିଲ୍ଲା ଜୟପୁର ସହର ରେ ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀଙ୍କ ପୁଅ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଗୁଣୁପୁର ରେ ଆୟୋଜିତ ଭାର ଉତୋଳନ ସବ ଜୁନିଅର ବର୍ଗ ରେ ବ୍ରୋଞ୍ଜ ଅର୍ଜନ କରିଥିବା ବେଳେ, ରାଜ୍ୟ ସ୍ତର କୁ ମନୋନୀତ ହୋଇଥିଲେ । ଗତ ୧୭ ତାରିଖରେ ଆୟୋଜିତ ଏହି ପ୍ରତିଯୋଗିତା ରେ ଦ୍ଵିତୀୟ ସ୍ଥାନ ରେ ରହି ରୌପ୍ୟ ଅର୍ଜନ ଜରିଛନ୍ତି । ଏଣୁ କାଶୀନଗର ସହର ରେ ଆନନ୍ଦ ଖେଳି ଯାଇଛି ।