ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୩/୦୨) : ଆଦ୍ୟ ତା ୧୨.୦୨.୨୦୨୫ ରିଖ ଦିନ ସମନ୍ୱିତ କୃଷି, ପାରମ୍ପରିକ କୃଷି ଓ ବିଲୁପ୍ତ ହେଉଥିବl ଖାଦ୍ୟଶଷ୍ୟକୁ ଆଧାର କରି ରାୟଗଡା ଜିଲ୍ଲାର ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କ ସହ ଜିଲ୍ଲା ଜଳଛତ୍ର ବିଭାଗର କନଫରେନ୍ସ ହଲରେ ଏକ ବୈଠକ WASSAN ସଂସ୍ଥା ଆୟଜନ କରିଥିଲା ।
କୃଷକ ଏବଂ ପାରମ୍ପରିକ କୃଷି, ବିଲୁପ୍ତ ହେଉଥିବା ଖାଦ୍ୟ ଓ ଖାଦ୍ୟଶଷ୍ୟର କିପରିଭାବରେ ପୁନରାବୃତି କରାଯାଇ ପାରିବ, ଗ୍ରାମ ପଞ୍ଚାୟତ ବିକାଶ ଯୋଜନାରେ ଗାଁର ସର୍ବାଙ୍ଗୀନ ଉନ୍ନତି ପାଇଁ ତୃଣମୂଳ ସ୍ତରରେ ଅଣୁ ଯୋଜନା କିପରି ତିଆରି ଓ କାର୍ଯ୍ୟକାରୀ ହେଇପାରିବ ସେ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା ।
ଉକ୍ତ ବୈଠକରେ ଜିଲ୍ଲା ସଭାପତି କୁମାରୀ ସ୍ୱରସ୍ୱତୀ ମାଝୀ ଏବଂ ଉପସଭାପତି ଶ୍ରୀ ସନ୍ତୋଷ ସୁନା ସହ ଅନ୍ୟ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ବୈଠକଟି ଜିଲ୍ଲା ପରିଷଦ ଚ୍ଯାରମେନ କୁମାରୀ ସ୍ୱରସ୍ୱତୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମନ୍ୱିତ କୃଷିକୁ ଆମେ କିପରି ଆଗକୁ ନେବା ସହ ଲୋକମାନେ ପାରମ୍ପରିକ କୃଷିକୁ କିପରି ପୁନରାବୃତ୍ତି କରିପାରିବେ ଓ ଅତୀତର ଖାଦ୍ୟ ତାଲିକା କିପରିଥିଲା ତାର ଚର୍ଚ୍ଚା ଏବଂ ତାର ପୁନଃ ଉତ୍ପାଦନ ଉପରେ ଦୃଷ୍ଟିଗୋଚର କରାଯାଇଥିଲା ।