32.9 C
Balāngīr
Thursday, June 12, 2025

ସମର୍ଥକ ଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ପ୍ରିୟବ୍ରତ ସାହୁ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୫) : ଆଜି ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା ସାରି ଏକ ବିରାଟ ଶୋଭାଯାତ୍ରାରେ ସୋନପୁର ସହର ପରିକ୍ରମା କରି କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ପ୍ରିୟବ୍ରତ ସାହୁ ସ୍ଥାନୀୟ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ଙ୍କ ଠାରେ ନିଜର ପ୍ରାର୍ଥୀ ପତ୍ର ଦାଖଲ୍ କରିଛନ୍ତି ।WhatsApp Image 2024 05 02 at 19.10.40 1 ସମର୍ଥକ ଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ପ୍ରିୟବ୍ରତ ସାହୁ

ସମର୍ଥକ ଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ପ୍ରିୟବ୍ରତ ସାହୁ । ତାଙ୍କ ସହ ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ କର୍ମକର୍ତ୍ତା, ପ୍ରାକ୍ତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡା, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁଧିର ପଣ୍ଡା,ନରଦେବ ଭୋଇ, ଶେଷଦେବ ମେହେର, ନିମାଇଁ ପାଣିଗ୍ରାହୀ, ରାଜେନ୍ଦ୍ର ମେହେର,ତରଣିବାରିକ ପ୍ରମୁଖଙ୍କ ସହ ଜିଲ୍ଲା କଂଗ୍ରେସ ର ବିଭିନ୍ନ ଛାମୁଆଁ ସଂଗଠନ ର କର୍ମକର୍ତ୍ତା ଏହି ବିଶାଳ ରାଲିରେ ଯୋଗଦେଇ ଥିଲେ। ପ୍ରିୟବ୍ରତ ଜଣେ ନବାଗତ ପ୍ରାର୍ଥୀ ହେଲେହେଁ ଜଣେ ଟାଣୁଆ ଯୁବ ସଂଗଠକ ଭାବରେ ଆଗରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ଯୋଗୁଁ ଓ ସେ ଜିଲ୍ଲା ଓବିସି ସଂଗଠନ ର କାର୍ଯ୍ୟକାରୀ ସଭାପତି ଥିବା ଯୋଗୁଁ ତାଙ୍କୁ ଦଳମତ ନିର୍ବିଶେଷରେ ବହୁ ଯୁବକ ତାଙ୍କର ଏହି ଶୋଭାଯାତ୍ରାରେ ସ୍ଵତଃ ସାମିଲ ହୋଇଥିବା ଦେଖାଯାଇଥିଲା । ତାଙ୍କୁ ସମସ୍ତ ଜନସାଧାରଣଙ୍କ ଆଶିର୍ବାଦ ଥିବା ଯୋଗୁଁ ଓ ଜିଲ୍ଲା କଂଗ୍ରେସ ର ସମସ୍ତ ଅଭିଜ୍ଞ ନେତୃମଣ୍ଡଳୀ ଙ୍କ ସହଯୋଗ କୁ ପାଥେୟ କରି ସେ ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ପାଇ ସେ ନିଶ୍ଚିତ ବିଜୟୀ ହେବେ ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...