ରିପୋର୍ଟ : କ୍ଷମା ସାଗର ଦାଶ
ମୁନିଗୁଡ଼ା, (୦୯/୦୩) : ରାୟଗଡ଼ା ଜିଲ୍ଲା ମୁନିଗୁଡା ନିକଟସ୍ଥ ହୁକମତୋଳା ଠାରେ ଅବସ୍ତିତ ଶ୍ରୀ ଶ୍ରୀ ରାମେଶ୍ବର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଆଜି ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅତିଥିମାନେ କେବଳ କଥାରେ ନୁହଁ କାର୍ଯ୍ୟରେ ପ୍ରତି ମହିଳାଙ୍କୁ ସମ୍ମାନ ଦେବା ନାଗରିକ ସମାଜର ଦୈୟ ହେଵ ଉଚିତ୍ ବୋଲି ମତ ବ୍ୟକ୍ତ କରିଛନ୍ତି ।
ସମସ୍ତ ମହିଳାଙ୍କୁ ସନ୍ତାନ ନାଗରିକ ସମାଜର ଦୈୟ ହେଉ । ସଂଗଠନର ପ୍ରତିନିଧି ଶ୍ରୀ ଲକ୍ଷ୍ମୀନାରାୟଣ ସେଠି ଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଷମକଟକ ପୁଲିସ ଉପ ଆରକ୍ଷୀ ଅଧିକାରୀ ଶ୍ରୀମତୀ ସନ୍ତୋଷୀନି ଓରାମ ମୁଖ୍ୟ ଅତିଥି ଜାତୀୟ ମହିଳା ସଂଗୋଷ୍ଠୀ ରାଜ୍ୟ ଆବାହିକା ତଥା ବିଶିଷ୍ଟ ସମାଜିକ କର୍ମୀ ଶ୍ରୀମତୀ ପ୍ରମିଳା ସ୍ବାଇଁ ମୁଖ୍ୟ ବକ୍ତା ଏବଂ ଅଧ୍ୟପିକା ଶ୍ରୀମତୀ ରୁତୁ ପାତ୍ର, ସୁଶ୍ରୀ ସେନଲତା ଜେନା, ସମ୍ମାନୀତ ଏବଂ ମୁଖ୍ୟ ବକ୍ତା ଶ୍ରୀମତୀ ସ୍ବାଇଁ ଉପସ୍ଥିତ ଛାତ୍ରୀ ମାନଙ୍କୁ ପାଠ ପଢା ସହିତ, ମହିଳା ମାନଙ୍କ ଆତ୍ମ ସମ୍ମାନ ବୃଦ୍ଧି ଏବଂ ଅ ଅଧିକାର ସାବ୍ୟସ୍ତ ପାଇଁ କାୟ ମନୋ ବାକ୍ୟରେ କାର୍ଯ୍ୟ କରିବାକୁ ଆହ୍ନାନ ଦେଇଥିଲେ । ଅନ୍ୟମାନଙ୍କ ମାଧ୍ଯମରେ ଅଧ୍ୟାପକ କୁଷ୍ଠ ଚନ୍ଦ୍ର ମଲ୍ଲିକ , ଡମ୍ବରୁଧର କୁ ଶୁଲିଆ, ସମାଜସେବୀ ବିଜୟ କୁମାର୍ ବାବୁ, ଗୈରାଙ୍ଗ ଚରଣ ରାଉତ ପରିଚାଳନାରେ ସହାୟତା କରିଥିଲେ । ଛାତ୍ରୀ ସୁଶ୍ରୀ ପଙ୍କଜନୀ ଵେରୁ ଧନ୍ୟବାଦ ଅର୍ପଣ କରିଥିଲେ ।