32.9 C
Balāngīr
Thursday, July 10, 2025

ସମା ମେଡିକାଲ ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୯/୦୮) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମା ଠାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ଦେବଦୁଲାଲ ଦାଶ ଏବଂ ଆୟୁଷ ଡ଼ାକ୍ତର ରବୀନ୍ଦ୍ର ନାଥ ଗନ୍ତାୟତଙ୍କ ତତ୍ତ୍ଵାବଧାନରେ ରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ମାର୍ଗଦର୍ଶକା ଶ୍ରୀମତୀ ନମିତା ପାତ୍ର ଯୋଗ ଦେଇ ଦୀପ ଜାଳି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମନ୍ୱିତ ଶିଶୁ ବିକାଶ ସେକ୍ଟର ସୁପରଭାଉଜର, ଶଶି ଦେବୀ, ମହିଳା ସ୍ବାସ୍ଥ୍ୟ କର୍ମୀ ମନ୍ଦାକିନୀ ଦେବତା, ସଂଜୟ ରେଡ୍ଡୀ, ମଞ୍ଚାସିନଥିଲେ । କେବଳ ମାତୃ ସ୍ଥନ୍ୟପାନ ୬ ମାସ ଯାଏ କରିବା ଦ୍ଵାରା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢେ, ତେଣୁ ମା ସ୍ତନ୍ୟପାନ ନିମନ୍ତେ ଉତ୍ସାୟୀତ କରାଇବା ପରିବାର ଲୋକେଙ୍କ କର୍ତ୍ତବ୍ୟ ଅଟେ । ଅଙ୍ଗୱାଡ଼ି ଦିଦୀ, ଆଶା ଦିଦୀ ଏବଂ କିଶୋରୀ ବାଳିକା ଙ୍କ ସହଯୋଗ ରେ ଏକ ରାଲି ଯୋଗେ ବିଭିନ୍ନ ସ୍ଲୋଗାନ ଦେଇ, ହାତରେ ପ୍ଲାକାର୍ଡ ଧରି, ସାଙ୍ଗରେ ବେନର ନେଇ ଗ୍ରାମ ପରିକ୍ରମା କରିଥିଲେ ଏବଂ ଛକ ମାନଙ୍କରେ ସଭା କରି ଦାସକାଠିଆ ନାଚ ମାଧ୍ୟମରେ ସ୍ତନ୍ୟପାନ ର ସୋପାନ ବିଦ୍ଧି ଏବଂ ଉପକାରିତା ସମ୍ପର୍କରେ ଅବଗତ କରିଥଲେ ।

ଶ୍ରୀମତୀ ନମିତା ପାତ୍ର କହିଥିଲେ ଗଞ୍ଜାମ ଜିଲ୍ଲାରେ ଝିଅ ମାନେ ପ୍ରସବ ନିମନ୍ତେ ମା ଘରକୁ ଯାଇ ସମ୍ପୂର୍ଣ ବିଶ୍ରାମ ନିଅନ୍ତି । କୌଣସି କାମ କରନ୍ତିନି ତେଣୁ ପ୍ରସବ ସମୟ ରେ ଅପରେସନ ହେବାକୁ ପଡ଼େ, ଏହି ସମୟ ରେ ମା ନିଶାରେ ରହି କଷ୍ଟ ଅନୁଭବ କରୁଥିବା ବେଳେ ଏକ ଘଣ୍ଟା ମଧ୍ୟରେ ମାଆ ର କଷ କ୍ଷୀର ଛୁଆକୁ ଦେବା ସମ୍ଭବ ହୋଇନଥାଏ, ଏପରି ନବଜାତ ଶିଶୁ ଉକ୍ତ କଷ କ୍ଷୀର ରୁ ବଞ୍ଚିତ ହୋଇ ରୋଗ ପ୍ରତିରୋଧ ଶକ୍ତି କମିଯିବା ପରିଲକ୍ଷିତ ହେଉଛି । ତେଣୁ ସଚେତନତା ହୋଈ ଗର୍ଭାବସ୍ଥା ରୁ ହିଁ ସ୍ତନ୍ୟପାନ ପାଇଁ ପ୍ରସ୍ତୁତି ହେବା ଆବଶ୍ୟକ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଆଶା ଦିଦି, ଅଙ୍ଗୱାଡ଼ି ଦିଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...