32.9 C
Balāngīr
Saturday, July 12, 2025

ସମ୍ବଲପୁରରେ ୧ ଲକ୍ଷ ଚାରା ରୋପଣ ଅଭିଯାନର ଶୁଭାରମ୍ଭ

Must read

ସମ୍ବଲପୁର, (୨୯/୦୬) : ଆପ୍ର. : ଦେଶରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ତିଆରି କରିବା।

ଯେପରି ମାଁ ସମଲେଶ୍ୱରୀ, ନୂଆଁଖାଇ, ଶୀତଳଷଷ୍ଠୀ, ମହାନଦୀ ଆଦି ସମ୍ବଲପୁରର ପରିଚୟ ହୋଇଛି, ସେହିପରି ଭାବରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ସୃଷ୍ଟି କରିବା ପାଇଁ ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ବର୍ଗର ଲୋକମାନଙ୍କୁ ମାଁଙ୍କ ନାମରେ ଗୋଟିଏ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ସମ୍ବଲପୁରର ପୋତାପାଲି ଠାରେ ଏକ୍ ପେଡ୍ ମାଁ କେ ନାମ ୨.୦ ଅଭିଯାନ ଅଧୀନରେ ଆୟୋଜିତ ବନ ମହୋତ୍ସବ ତଥା ବିଶାଳ ବୃକ୍ଷରୋପଣ ଅଭିଯାନରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ମାତୃଶକ୍ତି ଏବଂ ଅନ୍ୟ ବ୍ୟକ୍ତି ବିଶେଷଙ୍କ ସହ ସାମିଲ ହୋଇ ବୁର୍ଲା ସେକ୍ସନର ପୋତାପାଲି ବୃକ୍ଷରୋପଣ ସ୍ଥାନରେ ଗଛ ଲଗାଇ ଥିଲେ। ଏହି ଅବସରରେ ପ୍ରାକୃତିକ ପରିବେଶର ସୁରକ୍ଷା, ଜଙ୍ଗଲ, ହ୍ରଦ, ନଦୀ, ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ ସମବେତ ଜନତାଙ୍କ ସହ ଶପଥ ପାଠ କରିଥିଲେ କେନ୍ଦ୍ରମନ୍ତ୍ରୀ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...